Odisha news

ଗୁରୁଜଙ୍ଗ ସୋଲ ଫୁଲରେ ଝଲସିବ ତିନି ରଥ

0

ଖୋର୍ଦ୍ଧା : ଏ ଥର ବି’ ଖୋର୍ଦ୍ଧା ପୈାର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଭୋଇ ସାହିର ବୀର କିଶୋର ନାୟକଙ୍କ ପରିବାର ହାତରେ ତିଆରୀ ସୋଲଫୁଲ ଶ୍ରୀକ୍ଷେତ୍ରର ତିନି ରଥରେ ଝଲସିବ ।ଏଥି ପାଇଁ ବୀରଙ୍କ ପରିବାର ତରଫରୁ ସୋଲ ଫୁଲ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ ।କେବଳ କୋଟି ବ୍ରହ୍ମାଣ୍ଡ କରତା ତଥା ମହାପ୍ରଭୁ ଜଗନ୍ନାଥ,ବଳଦେବ, ମା’ ଶୁଭଦ୍ରାଙ୍କ ନନ୍ଦିଘୋଷ,ତାଳଧ୍ୱଜ, ଦେବଦଳନ ରଥରେ ସଜାଇହେବାକୁ ଅପେକ୍ଷା କରିଛି ।

ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ମଧ୍ୟରୁ ଘୋଷଯାତ୍ରାର ଏକସ୍ୱତନ୍ତ୍ରତା ରହିଛି ।ଏଥିରେ ଚତୁର୍ଦ୍ଧାମୂର୍ତି ରନô ସିଂହାସନ ଛାଡ଼ି ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନଦେଇଥାନ୍ତି ।ତେବେ ମହାପ୍ରଭୁଙ୍କ ସେବା କରିବାରୁ ବୀର କିଶୋରଙ୍କୁ ସୁଯୋଗ ମିଳିଥିବାରୁ ତାଙ୍କ ପରିବାର ନିଜକୁ ଧନ୍ୟ ମନେ କରିଛନ୍ତି । ଚଳିତବର୍ଷ ରଥଯାତ୍ରାକୁ ପାଳନ ହେବ କି ନାହିଁ ତାକୁ ନେଇ ବିଭିନ୍ନ ଆଲୋଚନା ଏବଂ ଆଶଙ୍କା ଦେଖାଯାଇଛି । ମାତ୍ର ଲୀଳାମୟ ବଡଠାକୁର ଚାହିଁଲେ ସବୁ କିଛି ସମ୍ଭବ ବୋଲି କୋହଭରା କଣ୍ଠରେ କହିଛନ୍ତି ବୀରକିଶୋର ।

ଭକ୍ତର ଭଗବାନ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ ।ଦାସିଆ ବାଉରୀ ହାତରେ ମହାପ୍ରଭୁ ଜଗନ୍ନାଥ ନଡ଼ିଆ ନେଇଥିବା ବେଳେ ବିଗତ ୧୭ବର୍ଷ ହେବ ନିଜର ପାରିଶ୍ରମରେ ତିଆରି ସୋଲଫୁଲ ସେ ଚତୁର୍ଦ୍ଧାମୂତିଙ୍କ ରଥରେ ଲଗାଇ ଆସୁଛନ୍ତି ।ବୀର କିଶୋରଙ୍କ କହିବା ଆନୁଯାୟୀ ବହୁ ଆଶା କରି ଦିର୍ଘ ୨୦ବର୍ଷ ତଳେ ବନ୍ଧୁଙ୍କ ସହିତ ଘୋଷଯାତ୍ରା ଦେଖିବାକୁ ସେ ଶ୍ରୀକ୍ଷେତ୍ର ଯାଇଥିଲେ ।ଆଶା କରିଥିଲେ ରଥ ବିଭିନ୍ନ ଫୁଲରେ ସୁସଜ୍ଜିତ ହୋଇଥିବ ।ତେବେ ତିନି ଠାକୁର ରଥ ସୋଲ ଫୁଲ ବିନାରେ ଭଲ ଦେଖାଯାଉନଥିବା ଦୃର୍ଶ୍ୟ ସେ ଅନୁଭବ କଲେ ।

ଏହା ପରେ ବୀର କିଶୋର ନିଜ ହାତରେ ତିଆରି କରି ସୋଲ ଫୁଲ ତିନି ରଥରେ ସମର୍ପଣ କରିବାକୁ ଇଚ୍ଛା କରିଥିଲେ ।ଆଉ ନିଜ ଗ୍ରାମକୁ ଫେରିବା ପରେ ତାର ପର ବର୍ଷର ଘୋଷଯାତ୍ରାକୁ ଅପେକ୍ଷା କରିଥାନ୍ତି ।ହଠାତ୍ ମହାପ୍ରଭୁ ଜଗନ୍ନାଥ କୃପା ତାଙ୍କ ଉପରେ ପଡ଼ିଲା ।ତାଙ୍କ ସ୍ୱପ୍ନାଦେଶ ହେଲା ।ତା ପରେ ସୋଲ ଫୁଲ ତିଆରିରେ ସ ପରିବାର ଲାଗପଡ଼ିଥିଲେ ।୨୦୦୧ ମସିହା ନେତ୍ର ଉସôବରେ ନିଜ ସପରିବାର ହାତରେ ତିଆରି ସୋଲଫୁଲକୁ ନେଇ ନିଜ ହାତରେ ରଥ ସଜାଇବାକୁ ବାହାରିଗଲେ ।ସେହି ଦିନ ଠାରୁ ତାଙ୍କର ସୋଲ ଫୁଲ ତିନି ରଥର ଶୋଭା ମଣ୍ଡନ କରୁଛି ।

ତେବେ ଏଥି ପାଇଁ ଆବଶ୍ୟକ ସୋଲ ଗଛ (କଂଚାମାଲ)ସେ ନଭେମ୍ବର ମାସରୁ ବିଭିନ୍ନ ସ୍ଥାନ ଯଥା କାକଟପୁର, ବାଙ୍କି, କଣାସ,ନୂଆହାଟ,ହଳଦିଆ ପ୍ରଭୃତି ଅନେକ ସ୍ଥାନରୁ ସଂଗ୍ରହ କରିଥାନ୍ତି ।ସଂଗୃହିତ ସୋଲ ଗଛକୁ ଖରା କାକର ଦେଇ ସୁଖାଇଥାନ୍ତି ।ଆଉ ପବିତ୍ର ଅକ୍ଷୟ ତୃତୀୟା ଠାରୁ ନିଷ୍ଟାର ସହିତ ସପରିବାର ଅରୁଆ ଅନ୍ନ ଖାଇ ବିଭିନ୍ନ ରକମର ସୋଲ ଫୁଲ ପ୍ରସ୍ତୁତରେ ଲାଗିପଡ଼ନ୍ତି ।ମହିଳାମାନେ ହାତରେ ଛୁରୀ, କତୁରୀ, କଇଁଚି ଧରି ସୋଲକାଟି ତାକୁ ପତଳା କରିବାରେ ଲାଗିପଡ଼ନ୍ତି ।

ପତଳା ସୋଲକୁ ବିରକିଶୋର, ଭାଇ ରାଜକିଶୋର, ଧନେଶ୍ୱର, ଗଣେଷ ଓ ସୁଦର୍ଶନ ସୂତାରେ ବାନ୍ଧି ଫୁଲ ପ୍ରସ୍ତୁତ ପରେ ଜମ୍ବୁରା, ଚୁୁମୁକି ଲାଗାଇ ବିଭିନ୍ନ ରଙ୍ଗବେରଙ୍ଗ ସୋଲଫୁଲ ତିଆରି କରିଥାନ୍ତି ।ଏ ବାବଦ ଟଙ୍କା ଟିଏ ପାରିଶ୍ରମିକ ନା ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ମିଳିନଥିବା ପ୍ରକାଶ କରିଛନ୍ତି । ତିନି ରଥକୁ ଅଧିକା ସୁସଜ୍ଜିତ ପାଇଁ ବହୁ ପରିମାଣରେ ସୋଲ ଫୁଲର ଆବଶ୍ୟକତା ଥିବା ବେଳେ ତାଙ୍କ ପାଇଁ ଅର୍ଥ କେତେକାଶଂରେ ସମସ୍ୟା ସୃଷ୍ଟି କରିଛି ।ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆଉ ପଛକୁ ଫେରିନଥିବା ସେ ପ୍ରକାଶ କରିଛନ୍ତି ।

ଆର୍ଥିକ ସହୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଳାପାଳ, ସାସଂଦ,ବିଧାୟକଙ୍କ ସମେତ ଜଗନ୍ନାଥ ଟ୍ରଷ୍ଟର ସାହାର୍ଯ୍ୟ ଲୋଡ଼ିଥିଲେ ସୁଧା ସବୁଠାରୁ ମିଳିଛି କେବଳ ପ୍ରତିଶୃତି ।୨୦୦୪ମସିହା ମେ ମାସ ୨୭ ତାରିଖରେ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ତରଫରୁ ତାଙ୍କୁ ସୋଲଫୁଲ ଲାଗାଇବା ପାଇଁ ଅନୁମତି ପତ୍ର ମିଳିଛି ।ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ମାନପତ୍ର ଦେଇ ତାଙ୍କ କାମ ସାରିଦେଇଛି ।ପୂର୍ବର ବାପା ଓ ଜେଜେବାପା ସୋଲ ଫୁଲ ତିଆରି କରୁଥିଲେ ।ତାକୁ ସ୍ଥାନୀୟ ଅଂଚଳର ଦୋଳମେଳନ ଓ ଅନେକ ଯାନୀଯାତ୍ରାରେ ବ୍ୟବହାର କରୁଥିଲେ ।ତାଙ୍କ ପ୍ରେରଣା ଫଳରେ ସେ ସୋଲଫୁଲ ତିଆରି ଶିଖିଥିଲେ ।ଯାହା ଫଳରେ ଆଜି ତାଙ୍କୁ ତିନି ରଥରେ ସୋଲ ଫୁଲ ଲଗାଇବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି ।

Leave A Reply