Odisha news

ଭଦ୍ରକରେ ପୁଣି ୧୧ ଚିହ୍ନ୍ନଟ, ୧୯୭ ରେ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

ଭଦ୍ରକ :ଭଦ୍ରକ ଜିଲ୍ଲାରେ “କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଶତକ ଛୁଇଁବାକୁ ବସିଛି । ଗତକାଲି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି୧୧ଜଣ ପଜିଟିଭ ଚିହ୍ନଟ ହୋଇଛି । ୧୦ଜଣ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଗୋଟିଏ ସ୍ଥାନୀୟ(ଲୋକାଲ)ଅଞ୍ଚଳର । ଆଜିର ଲୋକାଲ ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ମୋଟ ୪ଜଣ ଲୋକାଲ ଆକ୍ରାନ୍ତ ଲୋକାଲ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ହେଲେ । ପ୍ରଥମେ ସ୍ଥାନୀୟ ପୁରୁଣାବଜାର ଅଞ୍ଚଳର ଜଣେ ବିଦେଶ(ଦୁବାଇ)ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ବେଳେ ପରେ ପରେ ଚରମ୍ପା ଓ ଏରେଇଁ ଅଞ୍ଚଳର ୨ଜଣ ନୂଆଦିଲ୍ଲୀ ଫେରନ୍ତା ଚିହ୍ନଟ ହୋଇଥିଲେ । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୯୭ରେ ପହଞ୍ଚିଛି । ଆଜିର ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ବନ୍ତ ବ୍ଲକ ଷେ„ତୀରା କୋଭିଡ୍‍ କେୟାର ସେଣ୍ଟରର ହୋଇଥିବା ବେଳେ ସେହି ବ୍ଲକର ଗୋବିନ୍ଦପୁର ପଞ୍ଚାୟତର ଏରେଣ୍ଡେଇ ହାଇସ୍କୁଲ ଟିଏମ୍‍ସିର ଜଣେ ।

ସେହିଭଳି ଜଣ ଆକ୍ରାନ୍ତ ଧାମନଗର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ କୋଭିଡ କେୟାର ସେଣ୍ଟରର ହୋଇଥିବା ବେଳେ ବାସୁଦେବପୁର ବ୍ଲକ ଏବି ହାଇସ୍କୁଲ କୋଭିଡ୍‍ କେୟାର ସେଣ୍ଟର ଓ ଅନ୍ୟ ଜଣେ ସେହି ବ୍ଲକର ବେତଡା ତୁଳମତୁଳା ହାଇସ୍କୁଲ ଟିଏମସିର । ଲୋକାଲ କଣ୍ଟାକଫ ଜଣଙ୍କ ବାସୁଦେବପୁର କମାରଗାଁର ବୋଲି ପ୍ରଶାସନିକ ସୂତ୍ରରୁ ଜଣାଯାଇଛି । ୧୦ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ସେମାନେ ଅନ୍ୟ ରାଜ୍ୟର ଫେରନ୍ତା ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣ ତାମିଲନାଡୁ, ୨ଜଣ ନୂଆଦିଲ୍ଲୀ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୬ ଆକ୍ରାନ୍ତମାନେ ପଣ୍ଡିଚେରୀ, କର୍ଣ୍ଣାଟକ, ହରିଆନା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ବୋଲି ଜଣାପଡିଛି । ଆଜିର ପଜେଟିଭ ଆକ୍ରାନ୍ତଙ୍କ ଚିହ୍ନଟ ପରେ ବନ୍ତ ଏରେଣ୍ଡେଇ ହାଇସ୍କୁଲ ଟିଏମସିକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଗୋବିନ୍ଦପୁର ପଞ୍ଚାୟତକୁ ବଫର ଜୋନ୍‍ଭାବେ ଘୋଷଣା କରାଯାଇଛି । ସେହିଭଳି ବାସୁଦେବପୁର ବ୍ଲକ ବେତଡା ତୁଳମତୁଳା ହାଇସ୍କୁଲ ଟିଏମ୍‍ସିକୁ ଓ କମାରଗାଁ ହାଇସ୍କୁଲ ୨ଟି ଟିଏମସିକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଥିବା ବେଳେ ଗୁଆଗଡିଆ ଓ ଅରୁହାଁ ପଞ୍ଚାୟତକୁ ବଫର ଜୋନ୍‍ଭାବେ ଘୋଷଣା ହୋଇଛି ।

Leave A Reply