ଖୋର୍ଦ୍ଧା,୨୪ା୯ : ଖୋର୍ଦ୍ଧାର ବିଶିଷ୍ଟ ସାମ୍ବାଦିକ ପ୍ରତାପ ଦାସ(ଟିକନ)ଙ୍କର ଗତକାଲି ରାତିରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ତେବେ ସେ କିଛିଦିନ ହେଲା ଜ୍ୱର ଏବଂ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିସôା ହେଉଥିଲେ ।
ସ୍ୱାସ୍ଥ୍ୟ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ । ସେଠାରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଗତକାଲି ବିଳମ୍ବିତ ରାତିରେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ସ୍ୱର୍ଗତ ଦାସ ଦୀର୍ଘବର୍ଷ ହେବ ଏକ ଛାପା ଗଣମାଧ୍ୟମର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧିଭାବେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ମୃତୁ୍ୟ ରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଏନେଇ ଆଜି ଅପରାହ୍ନରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ଟିଏଲସି ଖଣିପୋଖରୀ ନିକଟସ୍ଥ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦାସଙ୍କ ଆତ୍ମାର ସଦ୍ଗତି କାମନା କରାଯାଇ ପ୍ରଥମେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସ୍ମୃତି ସଭାରେ ଉପସ୍ଥିତ ସାମ୍ବାଦିକବନ୍ଧୁମାନେ ତାଙ୍କର ଗୁଣଗାନ କରିଥିଲେ । ଏଥିସହିତ ସରକାରଙ୍କ ଘୋଷଣା ମୁତାବକ ଆର୍ଥିକ ସହାୟତା ତାଙ୍କ ପରିବାରକୁ ଯୋଗାଇଦେବାଲାଗି ଉପସ୍ଥିତ ସାମ୍ବାଦିକମାନେ ଦାବି ରଖିଛନ୍ତି । ଏହି ଶୋକସଭାରେ ଅଧିକାଂଶ ଜିଲ୍ଲାସ୍ତରୀୟ ସାମ୍ବାଦିକ ଯୋଗଦେଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିôଲେ