Odisha news

ବନପାଳଙ୍କ କାର୍ଯ୍ୟାଳୟ ଉଦଘାଟିତ

0

କଣ୍ଟାପଡ଼ା, (ସବୁ୍ୟ)-ଫୁଲନଖରା ରେଞ୍ଜ ବନ ବିଭାଗ ତରଫରୁ ବନପାଳଙ୍କ କାର୍ଯ୍ୟାଳୟ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବାଗଲପୁରଠାରେ ଶୁକ୍ରବାର ଉଦଘାଟିତ ହୋଇଛି । କଟକ ଡିଏଫଓ ଅଶୋକକୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଏହାର ଫଳକ ଉନ୍ମୋଚନ ପୂର୍ବକ ଉଦଘାଟନ କରିଥିଲାବେଳେ ବାଗଲପୁର ପଞ୍ଚାୟତ ସରପଞ୍ଚ ଦ୍ୱାରିକାନାଥ ଦାଶ, ଏସିଏଫ ପ୍ରଶାନ୍ତକୁମାର ପଣ୍ଡା, ଫୁଲନଖରା ବନ ଅଧିକାରୀ ଭରତଚନ୍ଦ୍ର ଘଡ଼ାଇ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସମିତି ସଦସ୍ୟ ଉମାକାନ୍ତ କର, ଉକ୍ରଳକେଶରୀ ବେହେରା ଓ ବନରକ୍ଷୀ ସୂର୍ଯ୍ୟକାନ୍ତ ସାହୁ ଉପସ୍ଥିତ ଥିଲେ । ପୂର୍ଣ୍ଣଚନ୍ଦ୍ର ସୋରେନ ଓ ପ୍ରମୋଦକୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫୁଲନଖରା ରେଞ୍ଜ ବନାଞ୍ଚଳ ଅଧିନରେ ଦୁଇଟି ବନପାଳ କାର୍ଯ୍ୟାଳୟ ଗୋପାଳପୁର ଓ ନିଆଳିଠାରେ କାର୍ଯ୍ୟ କରୁଥିଲାବେଳେ ବାଗଲପୁରଠାରେ ନବ ନିର୍ମିତ ତୃତୀୟ କାର୍ଯ୍ୟାଳୟ କଣ୍ଟାପଡ଼ା ବ୍ଲକ ଅଞ୍ଚଳର ବନୀକରଣ କାର୍ଯ୍ୟର ତଦାରଖ କରିବବୋଲି ଉଦଘାଟନୀ ଅବସରରେ ଅଧିକାରୀମାନେ ସୂଚନା ଦେଇଥିଲେ ।

Nalco
Leave A Reply