Odisha news

ଦିପତଳ ଅନ୍ଧାର : ସାମାନ୍ୟ ବର୍ଷାରେ ରାସ୍ତାରେ ଲହଡି ମାରୁଛି ପାଣି,ଗ୍ରାମବାସୀ ହନ୍ତସନ୍ତ

0

ଖଇରା-୨୧/୦୬ : -ବାଲେଶ୍ୱର ଜିଲ୍ଲା ଖଇରା ବଜାର ସଂଲଗ୍ନ ବିଷ୍ଣୁପୁର ଗ୍ରାମକୁ ନିତିଦିନିଆ ଯାତାୟାତ ଉପଯୋଗୀ ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ବର୍ଷା ପାଣି ଲହଡି ମାରୁଥିବାରୁ ଗ୍ରାମବାସୀ ମାନେ ବିପଦ ସଂକୁଳ ଭାବେ ଯାତାୟାତ କରୁଛନ୍ତି । ପ୍ରଶାସନ ସ୍ଥାୟୀ ରାସ୍ତା ନିର୍ମାଣର ବ୍ୟବସ୍ଥା ନକଲେ ସମୂହ ଗ୍ରାମବାସୀ ଧାରଣାରେ ବସିବାକୁ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

ଉକ୍ତ ଗ୍ରାମଟି ଖଇରା ବଜାର ଠାରୁ ବିଷ୍ଣୁପୁର ଗ୍ରାମ ଅନୁ୍ୟନ ୪ଶହ ମିଟର ହୋଇଥିବା ବେଳେ ଏହି ରାସ୍ତା ଦେଇ ଖଇରା ତହସିଲ,ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ,ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଯିବାକୁ ପଡିଥାଏା ଏଣୁ ରାସ୍ତାର ଅଧିକାଂଶ ସ୍ଥାନରେ ପାଣି ଜମୁଥିବାରୁ ଯାତ୍ରୀ ମାନେ ବିଶେଷ କରି ସ୍କୁଲ ଯାଉଥିବା ପିଲା ମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିପ ତଳ ଅନ୍ଧାର ଭଳି ଖଇରା ବଜାର ସଂଲଗ୍ନ ରାସ୍ତା ଅବହେଳିତ ହୋଇ ରହିଥିବାରୁ ପ୍ରଶାସନ ଓ ରାଜନୈତିକ ନେତୃବୃନ୍ଦଙ୍କ ପାରିବା ପଣିଆ ଉପରେ ଗ୍ରାମବାସୀ ମାନେ ପ୍ରଶ୍ନ ଉଠାଇଛନ୍ତି

Nalco
Leave A Reply