ଖଇରା-୦୩/୦୬-ବାଲେଶ୍ୱର ଜିଲ୍ଲା ଖଇରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମୁକ୍ତକାନ୍ତ ଶତପଥି ପରିଚାଳନା ବୋର୍ଡର ସଭାପତି ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ର ବରିଷ୍ଠ ପ୍ରଶାସକଙ୍କ ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠି ଖଇରା ମହାବିଦ୍ୟାଳୟରେ ପହଞ୍ଚିବା ପରେ ଶିକ୍ଷାବିତ,ବୁଦ୍ଧିଜିବୀ ମହଲରେ ଆନନ୍ଦ ଖେଳି ଯାଇଛି । ଏହା ପୂର୍ବରୁ ଶ୍ରୀ ଶତପଥି ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ରହିବା ସହ ପରବର୍ତ୍ତୀ ସମୟରେ ମଧ୍ୟ ୨ଥରଅଧ୍ୟକ୍ଷ ପଦବୀରେ ରହି ମହାବିଦ୍ୟାଳୟର ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେଇଥିଲେ । ତାଙ୍କର ଏହି ସଭାପତିତ୍ୱ ସମୟରେ ମହାବିଦ୍ୟାଳୟ ର ବିକାଶର ଧାରା ଶୀର୍ଷକୁ ଛୁଇଁ ପାରିବ ବୋଲି ଅଧ୍ୟାପନା ମଣ୍ଡଳୀ,କର୍ମଚାରୀ ଛାତ୍ରୀଛାତ୍ର ଆଶାବ୍ୟକ୍ତ କରିଛନ୍ତି ।