Odisha news

ପିଇଓ ଓ ଜିଆରଏସ ଙ୍କ ନାମରେ ଅର୍ଥ ହଡପ ଅଭିଯୋଗ

0

ଖଇରା,୨୨ ।୯ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଇଥଗଡିଆ ପଞ୍ଚାୟତ ଅଧୀନ ମୁଣ୍ଡାହତା ଓ କଇଥଗଡିଆ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ରେ ହିତାଧିକାରୀଙ୍କ ଅର୍ଥ ହଡପ କରାଯାଇଥିବା ନେଇ ୬ଜଣ ହିତାଧିକାରୀ ବାଲେଶ୍ୱର ଜିଲାପାଳ ଓ ଖଇରା ବିଡିଓଙ୍କ ନିକଟରେ ୧୮ତାରିଖ ଦିନ ଲିଖିତ ଅଭିଯୋଗ କରିଛନ୍ତି ।

ସେମାନଙ୍କ ହଡପ ଅର୍ଥ ଫେରାଇବାର ବ୍ୟବସ୍ଥା କରାନ ଗଲେ ସେମାନେ ଧାରଣାରେ ବସିବେ ବୋଲି ହଡପର ଶିକାର ହୋଇଥିବା ବାମଦେବ ପାତ୍ର,ଅର୍ଜୁନ ଜେନା,ଦୟାନିଧି ଯେନା,ହଳଧର ବେହେରା,ପ୍ରଦିପ୍ତ କୁମାର ଯେନା ପ୍ରମୁଖ ଚେତାବନୀ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିଥିବା ଏହି ହିତାଧିକାରୀ ମାନଙ୍କୁ ଘର ନିର୍ମାଣ ବାବଦକୁ ୧ଲକ୍ଷ ୨୦ହଜାର ଟଙ୍କା ସହିତ ଏମଜିଏନଆରଇଜିଏସ(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅତିରିକ୍ତ ୧୭ହଜାର ୮ଶହ ଟଙ୍କା ଏକାଉଣ୍ଟକୁ ଟ୍ରାନ୍ସଫର କରାଯିବା କଥା ।

ହେଲେ ହିତାଧିକାରୀଙ୍କ ଏକାଉଣ୍ଟକୁ ୩ କିସ୍ତିରେ ୯ହଜାର ୪୧୬ଟଙ୍କ ଆସିଛି । ବାକି ଟଙ୍କା ବିଷୟରେ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ)ଓ ଜିଆରଏସ(ଗ୍ରାମ ରୋଜଗାର ସେବକଙ୍କୁ ପଚାରିବାରେ ସେମାନେ ଆଜିଆସ କାଲି ଆସ କହି ଅଯଥାରେ ହଇରାଣ କରୁଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ଶିଅଳଙ୍କୁ ପଚାରିବାରେ ଯେତିକି ଅର୍ଥ ଟ୍ରାନ୍ସଫର ହେବା କଥା ସେତିକି ହୋଇଥିବାର କହିଛନ୍ତି । ଘଟଣା ଭିଜିଲାନ୍ସ ତଦନ୍ତ କରାଯିବାକୁ ପଞ୍ଚାୟତବାସୀ ଦାବୀ କରିଛନ୍ତି ।

Leave A Reply