Odisha news

ନଳକୂପ ଗାତରେ ପଡି ଶିଶୁକନ୍ୟା ମୃତ

ଖଇରା-୧୧/୦୨ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଉଁଶଗଡିଆ ପଞ୍ଚାୟତ ଅଧୀନ ଶାଲଗଡିଆ ଗ୍ରାମର ସନିଆ ନାଇକିଙ୍କ ୧ବର୍ଷର ଶିଶୁ କନ୍ୟା ସରୋଜିନୀ ବୁଧବାର ଅପରାହ୍ନରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ପଡି ପ୍ରାଣ ହରାଇଛି । ସରୋଜୀନୀର ମା ଝିଅକୁ ସାଥିରେ ଧରି ଗୁଆପାଳ ମାଉସୀ ଘରକୁ ଯାଇଥିଲେ । ମାଉସୀ ଘର ନିକଟରେ ନଳକୂପ ବସାଯିବା ପାଇଁ ଖୋଳାଯାଇଥିବା ଗାତରେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Comments are closed.