Odisha news

କଲରାପତିଆ ବାଘ ଅନ୍ୱେଷଣରେ ବନବିଭାଗ

ଖଇରା-୧୧/୦୨ : ବାଲେଶ୍ୱର ଜିଲ୍ଲା ସୋର ରେଞ୍ଜ ଖଇରା ବ୍ଲକ ମାଖନପୁର ଗ୍ରାମ ପଞ୍ଚାୟତ ଅଧୀନ ଦୁଲାଳପୁର ଗ୍ରାମର କାଁସବାଂଶ ନଦୀ କଡରେ ଏକ କଲରାପତିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ସମ୍ପର୍କରେ ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗୁରୁବାର ପୂର୍ବାହ୍ନରେ ସୋର ରେଞ୍ଜର ବବିତା ସୋରେନ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଜଙ୍ଗଲକୁ ଯାଇ ଉକ୍ତ ବାଘ ର ଉପସ୍ଥିତିକୁ ନେଇ ଖୋଳତାଡ କରିଥିଲେ । କୁପାରୀ ଫରେଷ୍ଟର କିଶୋର ଭୂୟାଁ,ଅତିରିକ୍ତ ରେଞ୍ଜର ଗଣେଷ ପ୍ରସାଦ ଲେଙ୍କା,ଗାର୍ଡ ସଞ୍ଜୟ କୁମାର ମହାନ୍ତି ତଥା ସବୁଜ ବାହିନୀର ସଦସ୍ୟ ମାନେ ଏହି ଟିମରେ ସାମିଲ ଥିଲେ । ଏଠାରେ କଲରାପତିଆ ବାଘ ଥିବା ନେଇ ସଙ୍କେତ ଦେଇଥିଲେ ହେଁ ସେମିତି କିଛି ବଡଧରଣର ସୁରାକ ମିଳିନଥିବା ବେଳେ କେବଳ ପଡିଥିବା କିଛି ମଳକୁ ପରୀକ୍ଷା ପାଇଁ ବିଜ୍ଞାନଗାରକୁ ପଠାଯାଇଥିବା ନେଇ ରେଞ୍ଜର ପ୍ରକାଶ କରିଛନ୍ତି । ରିପୋର୍ଟ ଆସିବା ପରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ନିଆଯିବ । ତେବେ ଆଜିଠାରୁ ଗାର୍ଡ କୁ ଜଗିବା ପାଇଁ ଦାୟିତ୍ୱ ଦିଆଯାଇଥିବାର କହିଛନ୍ତି ।

Comments are closed.