Odisha news

ପଡୋଶୀଙ୍କ ଆକ୍ରମଣରେ ମା’ ଝିଅ ଗୁରୁତର, ଅଭିଯୋଗ

0

କେନ୍ଦ୍ରାପଡା-୨୦/୦୧: କେନ୍ଦ୍ରାପଡା ସଦର ଥାନା ଅଧିନ ପକ୍ଷୋଟ ଗ୍ରାମରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ପଡିଶା ପରିବାରର ଲୋକେ ନିସ୍ତୁକ ମାଡମାରି ଲହୁଲୁହାଣ କରି ଦେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗ୍ରାମର ପ୍ରଫୁଲ୍ଲ କୁମାର ସ୍ୱାଇଁ କଲିକତାରେ ରହି କାମଧନ୍ଦା କରୁଥିବା ବେଳେ ଗ୍ରାମରେ ତାଙ୍କ ପତ୍ନୀ ସୁବାସିନୀ ଓ ଏକମାତ୍ର ନାବାଳିକା ଝିଅ ରୁହନ୍ତି । ଚଳିତ ମାସ ୧୯ ତାରିଖ ଦିନ ପଡିଶା ଘରର ଗାଈ ତାଙ୍କ ବାଡିରେ ପଶି ଫସଲ ନଷ୍ଟ କରିବାରୁ ସେ ପ୍ରତିବାଦ କରିଥିଲେ । ପଡିଶା ଘର ଲୋକେ ଉତ୍କ୍ଷିପ୍ତ ହୋଇ ଉଭୟ ମା’ ଝିଅଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏଭଳି ଘଟଣା ବାରମ୍ବାର ହେଉଥିବାରୁ ସୁବାସିନୀ ଥାନାରେ ଲିଖିତ ଭାବରେ ଜଣାଇ ସ୍ଥାୟୀ ପ୍ରତିକାର ଲୋଡିଛନ୍ତି ।

Leave A Reply

Your email address will not be published.