Odisha news

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା,୧ା୮: ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଞ୍ଚଳରେ ସେହି ସୁବିଧା ପାଇବେ ଛାତ୍ରଛାତ୍ରୀ । କାରଣ ଗ୍ରାମାଞ୍ଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମାଣ ହୋଇଛି ଅତ୍ୟାଧୁନିୁକ ଥ୍ରୀ-ଡି ପାଠାଗାର । ଏପରି ପାଠାଗାର ନିର୍ମାଣ ହୋଇଛି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚାୟତର ଅରୁଆକଦଳିବଣ ଉଚ୍ଚ ବିଦ୍ୟାଳୟ ପରିସରରେ । ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ମଧ୍ୟ କରାଯାଇଛି । ଅତ୍ୟାଧୁନିକ ବେଞ୍ଚ ଓ ଟେବୁଲ ପଡିଛି । ସେହିପରି ସବୁ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପୁ୍ୟଟରର ବ୍ୟବସ୍ଥା କରାଯାଇଛି ।

ଏଥିସହ ଇଣ୍ଟରନେଟ୍ ସେବା ପାଇଁ ୱାଇ ଫାଇର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଦୁ୍ୟତ ସରବରାହ ବନ୍ଦ ହୋଇଗଲେ ଭୟ କରିବାର କୈାଣସି କାରଣ ନାହିଁ । କାହିଁକି ନା ଇନ୍ଭର୍ଟରର ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ଛାତ୍ରଛାତ୍ରୀମାନେ କୌଣସି ସମସ୍ୟାରେ ସମ୍ମୁଖିନ ହେବେ ନାହିଁ ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି । ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି ଯେ ୫-ଟିରେ ଯେଉଁ ୫ଟି ଲକ୍ଷ ରହିଥିଲା ସେଥି ମଧ୍ୟରୁ ଗୋଟିଏ ଲକ୍ଷ ଥିଲା ଟ୍ରାନ୍ସଫର୍ମେଶନ । ଏହାକୁ ଏଠାରେ ଅନୁସରଣ କରାଯାଇଛି ।

ପୂର୍ବରୁ ଘର ଥିଲା, ଏହାକୁ କେବଳ ଅତ୍ୟାଧୁନିକ ବ୍ୟବସ୍ଥାରେ ପରିପୂର୍ଣ୍ଣ କରାଯାଇଛି । ଏଥିରେ ବୁକ ସେଲ୍ଫ , ଆଇଟିସି ଲ୍ୟାବ ଓ ଏକ ଲମ୍ବା ଅଧ୍ୟୟନ ଗୃହ ମଧ୍ୟ ରହିଛି । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହି ପାଠାଗାରର ଲାଭ ଉଠାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଜଲ୍ଲାପାଳ କହିଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ା ବିଡିଓ ଅଶ୍ୱିନି କୁମାର ଦାସ କହିଛନ୍ତି ଯେ ଏହା ଏକ ଜାତୀୟ ସ୍ତରୀୟ ପାଠାଗାର ଠାରୁ ଅଧିକ ଆଧୁନିକ ଢାଞ୍ଚାରେ ନିର୍ମାଣ ହୋଇଛି । ବିଡିଓ ଶ୍ରୀ ଦାସ କହିଛନ୍ତି ଏହି ପାଠାଗାର ପାଇଁ ଗୃହ ଥିଲା । ଏଥିରେ କମ୍ପୁ୍ୟଟର , ଶୀତତାପ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ପଞ୍ଚାୟତ ପାଣ୍ଠିରୁ ହିଁ ଏହି ଅର୍ଥ ବ୍ୟୟ ହୋଇଛି ।

ପଞ୍ଚାୟତ ପାଣ୍ଠିରେ ପୂର୍ବରୁ ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହୁଥିଲା । ତେଣୁ ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାଇ ଛାତ୍ରଛାତ୍ର୍ରୀଙ୍କ ପାଇଁ କିଛି ନୂଆ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଥିଲା । ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ପରାମର୍ଶ ଏଥିରେ ପ୍ରତିଫଳିତ ହୋଇଛି ବୋଲି ବିଡିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ କେଶପୁର ସରପଞ୍ଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡ଼ାଇ କହିଛନ୍ତି ଯେ କେନ୍ଦ୍ରାପଡ଼ା ବ୍ଲକର ଏହା ହେଉଛି ଏକ ବିରାଟ ସଫଳତା । ଏହାଦ୍ୱାରା ପଞ୍ଚାୟତର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହୋଇ ପାରିବେ । ଏଥିସହ ଆଖାପାଖ ପଞ୍ଚାୟତ ଗୁଡିକର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ । ବର୍ତ୍ତମାନ କମ୍ପୁ୍ୟଟରର ଯୁଗ ହୋଇଥିବାରୁ ପିଲାମାନେ ଏଠାରେ ଇଣ୍ଟରନେଟ୍ରୁ ବହୁତ କିଛି ତଥ୍ୟ ସଂଗ୍ରହ କରି ଲାଭବାନ ହୋଇପାରିବେ ।

Shares