Odisha news

ସମବାୟ ସଂସ୍ଥାରୁ ଋଣ ନ ପାଇ ଚାଷୀ କୂଳ ହତାସ୍‌

ବୈଶିଙ୍ଗା–୧/୮– ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତଭାବେ ଭାବେ ଚାଷୀ କୂଳର ଉନ୍ନତିକରଣ ନିମନ୍ତେ ଭିନ୍ନଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଯୋଜନାମାନ ପ୍ରସ୍ତୁତି କରୁଛନ୍ତି। ମିଳୁଥିବା ବିଭିନ୍ନ ଯୋଜନାକୁ ଆଧାର କରି ଚାଷୀଟିଏ ଚାଷକାର୍ଯ୍ୟରେ ଭିନ୍ନଭିନ୍ନ ସମୟରେ ଉପକୃତ ହୋଇଥାଏ। ରାଜ୍ୟ ସରକାରଙ୍କର ଅଧୀନରେ ଥିବା ସମବାୟ ସମିତି ଚାଷୀମାନଙ୍କୁ ଚାଷ କାର୍ଯ୍ୟ କରିବା ନିମନ୍ତେ ଋଣ ଯୋଗାଇ ଦେଇଥାଏ। ଉକ୍ତ ଋଣ ଦ୍ୱାରା ମିଳିଥିବା ଟଙ୍କାକୁ ବ୍ୟବହାର କରି ଚାଷୀଟିଏ ତଳିପକାଇବା ଠୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କରିଥାଏ। ବର୍ତ୍ତମାନ ସମୟରେ ଧନୀକ ଶ୍ରେଣୀର ଥିବା ଚାଷୀମାନଙ୍କୁ ସମବାୟ ସମିତି ୠଣ ପ୍ରଦାନ କରିବା ଦିଗରେ ଅଧିକ ତତ୍ପର ଦେଖାଉଥିବାବେଳେ ୠଣ ପାଇବାପାଇଁ ଯୋଗ୍ୟ ଗରିବ ଚାଷୀଙ୍କୁ ଅଣଦେଖା କରି ୠଣ ଯୋଗାଇ ଦିଆଯାଉ ନ ଥିବା ପରିଲକ୍ଷିତ ହେଉଛି। ଜମି ହୀନ ଗରିବ ଭାଗଚାଷୀଙ୍କ ପାଇଁ  ଉଚିତ ଋଣ ବ୍ୟବସ୍ଥା ଥିଲେ ମଧ୍ୟ  ସମବାୟ ସଂସ୍ଥା ଋଣ ନ ଦେଇ ଫେରାଇ ଦେଇଥିବା ଅଭିଯୋଗ ଆସିଛି।   ଏହିପରି  ଅଭିଯୋଗ କରିଛନ୍ତି ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ଜାମନଣ୍ଡା ଗ୍ରାମ ନିବାସୀ ସତ୍ୟଜିତ୍ ରାଉତ। ଶ୍ରୀ ରାଉତ ଦୀର୍ଘ ଦେଢ ମାସ ଆଗରୁ ବୈଶିଙ୍ଗା ସମବାୟ ସଂସ୍ଥାର ମୁଖ୍ୟ ପରିଚାଳକଙ୍କୁ ଭେଟି ଋଣ ନେବା ବାବଦରେ ଆଲୋଚନା କରିଥିଲେ , ମାତ୍ର ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ତାର କୌଣସି ସୁଫଳ ମିଳିପାରିନାହିଁ। ଋଣ ନ ପାଇ ଶ୍ରୀ ରାଉତ ଘରୋଇ ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିବାବେଳେ ସାର, ମଜୁରୀ ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଦେଖାଯାଇଛି। ଏପରି କ୍ଷେତ୍ରରେ ଭାଗଚାଷୀ ଭାବେ ସେ ହତାସ୍ ହୋଇପଡ଼ିଛନ୍ତି।

Ad2

Comments are closed.