କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ପଦନପୁର ବସ୍ତି, କୁଆଖଟି ଗ୍ରାମରୁ ଦୀର୍ଘ ୫/୬ ବର୍ଷ ହେବ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଏହି ଅଂଚଳରେ ପାଣି ଜମିରହି ବିଭିନ୍ନ ପ୍ରକାର ରୋଗର କାରଣ ହେଉଛି । ପ୍ରକାଶ ଯୋଗ୍ୟ ଯେ, ଲଗାଣ ବର୍ଷାରେ ଏହି ଅଂଚଳ ବୁଡି ରହିବା ଯୋଗୁଁ ପ୍ରାୟ ୪୦୦ ପରିବାର ଜଳବନ୍ଦୀ ଥିଲେ । ଏପରିକି କେତେକ ଘରେ ପାଣି ପଶୁଥିବାର ଅଭିଯୋଗ ହୋଇଥିଲା । ଅପରପକ୍ଷରେ ଗ୍ରାମର କିଛି ବ୍ୟକ୍ତି ଏହି ଜଳ ନିଷ୍କାସନ ବାଟ ବନ୍ଦକରି ରଖି ଥିବାରୁ ଉକ୍ତ ଅଂଚଳରେ ବର୍ଷାଜଳ ଜମି ରହୁଛି ।
ପରବର୍ତୀ ସମୟରେ ଏହି ଜଳ ନିଷ୍କାସନ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇ ଅସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଗ୍ରାମର ଲୋକମାନେ ପୁନଃର୍ବାର ମଙ୍ଗଳବାର ଜିଲ୍ଲାପାଲଙ୍କୁ ଏହାର ନିରାକରଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଜଳ ନିଷ୍କାସନ ପଥକୁ ଅବରୋଧ କରିଥିବା ଲୋକଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂପୃକ୍ତ ଗ୍ରାମର ଅବଦୁଲ ମତିମଙ୍କ ନେତୃତ୍ୱରେ ହାଜି ତବାରକ୍ ଖାଁ, ସେକ୍ ମୁସ୍ତୁଫା,ଅବଦୁଲ ହାକିମ, ସେକ୍ ଆଶାଦୁଲ୍ଲା, ସେକ୍ ଗନି, କଲିମ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।