କେନ୍ଦ୍ରାପଡା, ୨୮/୧୧ – ନୟାଗଡ ପରୀ ମୃତୁ୍ୟ ମାମଲାରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତଳିକା ଦାହ କରାଯାଇଛି । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କାନନବାଳା ଦାସଙ୍କ ନେତୃତ୍ୱରେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ତିନିମୁହାଣିଛକରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପରୀ ହତ୍ୟାକାରୀ ତଥା ବିଜେଡି ଜିଲ୍ଲା ପରିଷଦରଙ୍କ ସ୍ୱାମୀ ବାବୁଲୀ ନାୟକଙ୍କୁ ମନ୍ତ୍ରୀ ଅରୁଣ ସାହୁ ଘଂଟଘୋଡାଇବା, ସରକାରୀ ଦଳର ଚାପରେ ପୋଲିସର ନିଷ୍କ୍ରୀୟତା ଓ କ୍ରାଇମବ୍ରାଂଚ ବଦଳରେ ସି.ବି.ଆଇ.ତଦନ୍ତ ଦାବୀରେ ପ୍ଲାକାର୍ଡ ଧରି ବିଭିନ୍ନ ପ୍ରକାର ସ୍ଳୋଗାନଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବୀକରି ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେପିର ନାରୀନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ମଞ୍ଜୁଲତା ମଳିକ, ସୁମିତ୍ରା ସାମଲ, ସଶ୍ମିତା ନାୟକ, ଅମ୍ବିକା ମଳିକ, ଅନିତା ସ୍ୱାଇଁ, ମଞ୍ଜୁଲତା ରାଉତ, ସୂର୍ଣ୍ଣଲତା ପଣ୍ଡା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା, ଉପିନ ରାଉତ, ନେହେରୁ ସାହୁ, ଅଭିମନୁ୍ୟ ଗୋଛାୟତ, ଦିଲ୍ଲିପ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।