Odisha news

ଜିଲ୍ଲାଉ ସ୍ତରୀୟ ପିସି ଆଣ୍ଡ ପି.ଏନ.ଡି.ଟି. ପରାମର୍ଶମଣ୍ଡଳୀ ବୈଠକ

0

କେନ୍ଦ୍ରାପଡା, ୨୭/୧୨- ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ପରାମର୍ଶମଣ୍ଡଳୀ ବୈଠକ ସହ ଜିଲ୍ଲା ସ୍ତରୀୟ କୋଭିଡ -୧୯ ଟୀକାଦାନ କାର୍ଯ୍ୟନିର୍ବାହୀ ଏବଂ ଜାତୀୟ ପଲସ ପୋଲିଓ ଟୀକାଦାନ ଦିବସ – ୨୦୨୧ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପାଇଁ ନିଯୁକ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ଡଃ.ଅର୍ଚ୍ଚନା ଗାୟନ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର, ଜି.ଡି.ଏସ.ଓ. ଡା. ରାମକୃଷ୍ଣ ଶତପଥୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ପ୍ରକାଶ ବାନାର୍ଜୀ, ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଭାରତୀୟ ମେଡିକାଲ ସଙ୍ଘର ସଦସ୍ୟା ଡା. ସ୍ନେହଲତା କାନୁନଗୋ, ଡା. ନିରଞ୍ଜନ ପରିଡା, ଆଇନଜୀବି ଧିରେନ ସାହୁ, ସମାଜସେବୀ ବିରଜା ପ୍ରସାଦ ପତି, ଲଳିତାଞ୍ଜଳି ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଥିବା ୧୭ଟି ଅଲଟ୍ରା ସାଉଣ୍ଡ କ୍ଲିନିକର କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ସେହି ୧୭ଟି ମଧ୍ୟରୁ ୧୨ଟି ଚାଲୁରହିଥିବା ବେଳେ ୩ଟି ଡାକ୍ତରଙ୍କ ଅଭାବରୁ ବନ୍ଦ ଥିବା ବେଳେ ୨ଟି ଆଇନ ଉଲ୍ଲଙ୍ଘନ କରିଥିବାରୁ ସିଲ କରାଯାଇଛି । ସେହିଭଳି ପଟ୍ଟାମୁଣ୍ଡାଇ ଅଚଂଳରେ ଗୋଟିଏ ଏବଂ ସୂର୍ଯ୍ୟ ନର୍ସିଂହୋମରେ ଅଲଟ୍ରା ସାଉଣ୍ଡ କ୍ଲିନିକ ଖୋଲିବା ନିମନ୍ତେ ଆବେଦନପତ୍ର ବିଚାରଧିନ ରହିଛି । କେତେକ ଅଲଟ୍ରା ସାଉଣ୍ଡ କ୍ଲିନିକରେ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ କରାଯାଉଥିବା ସମାଜସେବୀ ଶ୍ରୀ ପତି ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବର୍ମା ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି କହି ଅଭିଯୋଗ ଆସିଲେ ସେହି ଅଲଟ୍ରାସାଉଣ୍ଡ କ୍ଲିନିକକୁ ଜବତ କରି ସିଲ କରିଦିଆଯିବ ବୋଲି କହିଥିଲେ । ବର୍ତ୍ତମାନ ଶିତଋତୁ ଆସିଯାଇଥିବାରୁ ସମସ୍ତ ଜନସାଧାରଣ ମାକ୍ସ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖି ସଚେତନତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ ।

Leave A Reply