Odisha news

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀରେ ଗୋଷ୍ଟାଷ୍ଟମି ପାଳିତ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋରକ୍ଷଣୀ ନିଳିକଣାସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀରେ ଗୋଷ୍ଟାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭାତରୁ ଗୋଶାଳାରେ ନାମ ସଙ୍କିର୍ତ୍ତନ ଓ ଗୋ ମାହାତ୍ମ୍ୟ ପାଠ କରାଯାଇଥିଲା । ଗୋଶାଳାର ୩୦ରୁ ଉଦ୍ଧ୍ୱର୍ ଗାଈ ଓ ବାଛୁରୀଙ୍କ ମୁଣ୍ଡରେ ତେଲ,ହଳଦି ଓ ସିନ୍ଦୁର ଲଗାଯାଇ ବେକରେ ଫୁଲମାଳ ପକାଇ ସେମାନଙ୍କୁ ଭୋଜନ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଗୋ ମାହାତ୍ମ୍ୟ, ଗୋମୁତ୍ର , ଗୋବର, କ୍ଷୀର, ଦହି, ଛେନାର ଉପକାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏଠାରେ ପ୍ରତିବର୍ଷ କାର୍ତ୍ତିମାସ ଅଷ୍ଟମୀ ତିଥିରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥାଏ । ଏହି ପବିତ୍ର ଗୋଷ୍ଟାଷ୍ଟମୀରେ ଗୋ ପୁଜନ କଲେ ପିତୃପୁରୁଷ ମୋକ୍ଷ ଲାଭ କରିଥାନ୍ତି ବୋଲି ଗୋ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଗୋ ମାହାତ୍ମ୍ୟ ଆଲୋଚନା ପୂର୍ବରୁ ସ୍ୱର୍ଗତ ମହାନ୍ତି ଏବଂ ଗୋଶାଳାର ପ୍ରତିଷ୍ଠାତା ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply