Odisha news

ଯୁବ କାର୍ଯ୍ୟକ୍ରମ ଜନିତ ଜିଲ୍ଲା ସ୍ତରୀୟ ନେହେରୁ ଯୁବକେନ୍ଦ୍ର ପରାମର୍ଶ ମଣ୍ଡଳୀ ବୈଠକ

0

କେନ୍ଦ୍ରାପଡା, ୧୨/୧୧ – ଯୁବ କାର୍ଯ୍ୟକ୍ରମ ଜନିତ ଜିଲ୍ଲା ସ୍ତରୀୟ ନେହେରୁ ଯୁବକେନ୍ଦ୍ର ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନେହେରୁ ଯୁବକେନ୍ଦ୍ର ସଂଯୋଜକ ଗୋଲି ତିରୁପତିରେଡ୍ଡି ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ଡା.ସଚିଦାନନ୍ଦ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ମଳୟ କୁମାର ମିତ୍ର, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ପ୍ରମୁଖ ଯୋଗଦେଇ ଗ୍ରାମୀଣ ଯୁବକମାନଙ୍କୁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଆତ୍ମ ନିର୍ଭର କରି “ଆତ୍ମ ନିର୍ଭର ଭାରତ” ଗଠନ କରିବା ସେ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ୨୦୨୦-୨୧ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ଖସଡାକୁ ଅନୁମୋଦନ କରାଯାଇଥିଲା ।

ଜିଲ୍ଲାରେ ମୋଟ ୩୨୫ଟି ଯୁବକ୍ଲବ ଅଧିନ ୮୫୦୮ପୁରୁଷ ଓ ୩୨୪୧ଜଣ ମହିଳାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ନେହେରୁ ଯୁବକେନ୍ଦ୍ର ଦ୍ୱାରା ଜିଲ୍ଲାରେ କରାଯିବାକୁ ସ୍ଥିର କରାଗଲା । ଜିଲ୍ଲାରେ ୨୦ଜଣ ନେହେରୁ ଯୁବକେନ୍ଦ୍ର ସ୍ୱେଛାସେବୀ ୯ଟି ବ୍ଲକରେ କାର୍ଯ୍ୟ କରୁଛନ୍ତି । ଚଳିତ ୨୦୨୦-୨୧ ବର୍ଷରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ୧୨ସୁତ୍ରୀ କାର୍ଯ୍ୟକ୍ରମ କରାଯାଇ ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭର କରିବାକୁ ଯୋଜନା କରାଯାଇଛି ।

ଏହି କାର୍ଯ୍ୟକ୍ରମ ମଧ୍ୟରେ ଆତ୍ମ ନିର୍ଭର ଭାରତ,କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ,ବିପର୍ଯ୍ୟୟ ହ୍ରାସ ପ୍ରସ୍ତୁତିକରଣ,ସୁସ୍ଥସ୍ୱାସ୍ଥ୍ୟ ଜୀବନଶୈଳୀ ଏବଂ ଫିଟ ଇଣ୍ଡିଆ,ସୁସ୍ଥ ଗ୍ରାମ ପରିମଳ ସବୁଜ ଗ୍ରାମ,ଜଳ ଜାଗରଣ ଅଭିଯାନ,ଯୁବ କ୍ଲବ ଗୁଡିକର ଉନ୍ନତି କାର୍ଯ୍ୟକ୍ରମ,ଜାତୀୟ ସ୍ମରଣୀୟ ଦିବସ ପାଳନ,ଜିଲ୍ଲା ଯୁବ ସମ୍ମେଳନ,ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ,ସର୍ବୋତ୍ତମ ଯୁବ କ୍ଲବ ଗୁଡିକୁ ପୁରସ୍କାର କାର୍ଯ୍ୟକ୍ରମ ସହ ଜାତୀୟ ସଂହତି ସୁଦୃଢିକରଣ କରି ରାଷ୍ଟ୍ର ଗଠନରେ ଯୁବକଯୁବତୀମାନଙ୍କୁ ବ୍ରତୀ କରିବା ପ୍ରଭୃତି କାର୍ଯ୍ୟକ୍ରମ ଗୁଡିକର ବାର୍ଷିକ ଖସଡା ପ୍ରସ୍ତୁତିକୁ ଅନୁମୋଦନ କରାଯାଇଥିଲା ।

ସେହିପରି ଜିଲ୍ଲାର କଳା ଓ ସଂସ୍କୃତିକୁ ପୁନରୁଦ୍ଧାର କରିବା ସହ ଏହାକୁ ଜିଲ୍ଲା ବାହାରେ ପରିଚିତ କରିବା ଦିଗରେ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଜିଲ୍ଲାରେ ଯେଭଳି ସମସ୍ତ ଗ୍ରାମୀଣ ଯୁବକଯୁବତୀମାନେ ନେହେରୁ ଯୁବକେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ଫାଇଦା ନେଇ ସେମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନକରି ଆତ୍ମ ନିର୍ଭର ଭାରତ ଗଠନରେ ସହାୟକ ହୋଇପାରିବେ ସେଥିପ୍ରତି ଶତ ପ୍ରତିଶତ ଯନôବାନ ହେବାକୁ ନେହେରୁ ଯୁବକେନ୍ଦ୍ରକୁ ନିର୍ଦେଶ ଦେଇଥିଲେ ।

Leave A Reply