Odisha news

ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ନୂତନ କର୍ମକର୍ତ୍ତା ଚୟନ ବୈଠକ

0

କେନ୍ଦ୍ରାପଡା, ୧୦ା୧୧(Rabindra Dash : – କେନ୍ଦ୍ରାପଡା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ଏକ ବୈଠକ ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ମଙ୍ଗଳବାର କୋଭିଡ ନିୟମକୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାନାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବପ୍ରାନ୍ତର ସଂଗଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡେ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ବୀରେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ବୈଠକରେ ଧର୍ମରକ୍ଷାନିଧି ଓ ରାମଜନ୍ମଭୂମି ମନ୍ଦିର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ପୂର୍ଣ୍ଣ ସମିତି ଚୟନ କରାଯାଇ ଅଧିକାରୀଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ନୂତନ ସଭାପତି ଭାବେ ବାନାମ୍ବର ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ଗୋପିନାଥ ତ୍ରିପାଠୀ, ଉପସଭାପତି ଭାବରେ ଭାବଗ୍ରାହୀ ସିଂ, ପ୍ରଭାତରଞ୍ଜନ ଦାସ, ସବିତା ଦେଉରୀ ଓ ଭବାନୀଶଙ୍କର ପଣ୍ଡା, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସାମଲ, ସହସମ୍ପାଦକ ଅଜିତ କୁମାର ଦାସ ଓ ଚିତ୍ତରଞ୍ଜନ ଖୁଂଟିଆ, କୋଷାଧ୍ୟକ୍ଷ ଭାବେ ପ୍ରଭାତ କୁମାର ମହାନ୍ତି, ସତସଙ୍ଗ ସହ ପ୍ରମୁଖ ଭାବେ ଅନଙ୍ଗ କୁମାର ବେହେରା, ସେବା ପ୍ରମୁଖ ରମେଶ ଚନ୍ଦ୍ର ସେଠୀ, ଧର୍ମ ପ୍ରସାର ପ୍ରମୁଖ ସଞ୍ଜୟ କୁମାର ବେହେରା, ଧର୍ମ ପ୍ରସାର ସହ ପ୍ରମୁଖ ସଞ୍ଜୟ କୁମାର ଓଝା, ଗୋରକ୍ଷା ପ୍ରମୁଖ ସୁକାନ୍ତ ସାହୁ, ସମନ୍ୱୟ ମଂଚ ପ୍ରମୁଖ ବ୍ରଜ ସୁନ୍ଦର ଦାସ, ପ୍ରଚାର ପ୍ରସାର ପ୍ରମୁଖ ଶିବ ପ୍ରସାଦ ମହାପାତ୍ର, ପ୍ରଚାର ପ୍ରସାର ସହ ପ୍ରମୁଖ ମନୋରଞ୍ଜନ ପରିଡା, ସାମାଜିକ ସମର ସତ୍ତା ପ୍ରମୁଖ ପ୍ରଶାନ୍ତ କୁମାର ବିଶ୍ୱାଳ, ଆଇନ ପରାମର୍ଶଦାତା ପ୍ରମୁଖ ଜୀତେନ୍ଦ୍ର କୁମାର ପଣ୍ଡା, ମାତୃଶକ୍ତି ପ୍ରମୁଖ ନିରୁପମା ତରାଇ, ଦୁର୍ଗା ବାହିନୀ ପ୍ରମୁଖ ସନ୍ଧ୍ୟାରାଣୀ ସାହୁ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଭାବେ ସତ୍ୟପ୍ରିୟ ଜେନା ଓ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଭାବେ ନିରଞ୍ଜନ ସୁଆରଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଗୋପିନାଥ ତ୍ରିପାଠୀ, ସହ ସମ୍ପାଦକ ଅଜିତ କୁମାର ଦାସ, ବଜରଙ୍ଗ ଦଳ ସଂଯୋଜକ ସତ୍ୟପ୍ରିୟ ଜେନା, ସହ ସଂଯୋଜକ ନିରଞ୍ଜନ ସୁଆରଙ୍କ ସମେତ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply