କେନ୍ଦ୍ରାପଡା, ୨୩/୧୦( Rabindra Dash) : – କୋରୋ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ଆଦର୍ଶ କ୍ରୀଡାଶିକ୍ଷକ ତଥା ନିଃସ୍ୱାର୍ଥପର ସମାଜସେବୀ ପର୍ଶୁରାମ ସିଂହଙ୍କର ଗୁରୁବାର ସନ୍ଧ୍ୟାରେ କଟକସ୍ଥିତ ଏକ ଘରୋଇ ହସପିଟାଲରେ ୫୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମଧୁମେହ ଓ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ସେ ଚିକିସôିତ ଥିଲେ । ତାଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡା ଅଚଂଳରେ ଶୋକର ଛାୟା ଖେଳିଯାଇଛି ।
ଶତାଧିକ ଛାତ୍ରଛାତ୍ରୀ,ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଜନସାଧାରଣ ସ୍ୱର୍ଗତ ସିଂହଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଦୀର୍ଘ ୩୩ବର୍ଷରୁ ଉଦ୍ଧ୍ୱର୍ ସମୟ ଶିକ୍ଷକତା କରି ଛାତ୍ରବସôଳତା ଓ ପରୋପକାରିତା ଗୁଣ ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ଭାଇ ପ୍ରଭାକର ସିଂହ, ପ୍ରଫୁଲ୍ଲ ସିଂହ, ବସନ୍ତ ମଲ୍ଲିକ, ଅକ୍ଷୟ କୁମାର ପାତ୍ର, ହେମନ୍ତ କୁମାର ଜେନା, ଅଭିରାମ ନାୟକ, ମଳୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।