କେନ୍ଦ୍ରାପଡା ,୨୧/୧୦(Rabindra Dash) : – କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ମଙ୍ଗଳବାର ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବରମାସ ୧୫ତାରିଖରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହେବାରୁ ବ୍ଲକ ଅଧ୍ୟକ୍ଷ ପଦ ସେହିଦିନଠାରୁ ପଡିଥିଲା । ଓଡିଶା ପଂଚାୟତ ସମିତି ଆଇନ ୧୯୫୯ର ସେକସନ-୨୦(କ)(୩) ଅନୁଯାଇ ଯେତେବେଳେ ବ୍ଲକର ଅଧ୍ୟକ୍ଷ ପଦ ଖାଲି ହେବ ସେତେବେଳେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ପଦର ସମସ୍ତ କାର୍ଯ୍ୟ ଓ ଦାୟୀତ୍ୱ ନିଜେ ନିର୍ବାହ କରିବେ । କିନ୍ତୁ କେନ୍ଦ୍ରାପଡା ବିଡିଓ ବ୍ଲକ ଅଧ୍ୟକ୍ଷ ପଦ ଖାଲି ହେବା ପରେ ଗତ ୧୮.୦୯.୨୦୨୦ରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଅଧ୍ୟକ୍ଷ ପଦ ଖାଲି ହେବାପରେ ଉପାଧ୍ୟକ୍ଷାଙ୍କୁ ଦାୟୀତ୍ୱ ପ୍ରଦାନ ପାଇଁ ଅନୁମତି ମାଗିଥିଲେ । ତେବେ ସେ ୨୦ ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିଛନ୍ତି ।