କେନ୍ଦ୍ରାପଡା,୩୦ା୯ (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ଗ୍ରାମର ସେକ୍ କଲ୍ଲିମୁଦ୍ଦିନଙ୍କ ଝିଅ ସମଜାନା ଖାତୁନ । ପିଲାବେଳୁ ହିନ୍ଦୁଧର୍ମର ବିଭିନ୍ନ ଶ୍ଲୋକ ଓ ବେଦ ବନ୍ଦନା ପ୍ରାଞ୍ଜଳଭାବେ ଗାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତାସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଭବିଷ୍ୟତ ଲକ୍ଷ ପଚାରିବାରୁ ସେ ଆଗାମୀ ଦିନରେ ଜଣେ ନର୍ସ ହୋଇ ସାଧାରଣ ଲୋକମାନଙ୍କର ସେବା କରିବାପାଇଁ ଲକ୍ଷ ରଖିଛନ୍ତି ।
ବାପା କଲ୍ଲିମୁଦ୍ଦିନ ଜନେ ଭିନ୍ନକ୍ଷମ ହୋଇଥିବାରୁ ପାଠପଢାରେ ଅର୍ଥ ବାଧକ ସାଜୁଛି ବୋଲି ସମଜାନା କହିଛନ୍ତି । ସେ ଚଳିତ ବର୍ଷ +୨ ପଠିବା ପାଇଁ ଲକ୍ଷ ରଖି ଫର୍ମ ପକାଇଛନ୍ତି । ସ୍କୁଲ ଶିକ୍ଷକ/ ଶିକ୍ଷୟତ୍ରୀମାନେ ତାଙ୍କର ପାଠ ପଢିବାରେ ସହଯୋଗ କରିବେ ବୋଲି ଶୁଣିବାକୁ ପାଇଲୁ । ଜିଲ୍ଲା ବୋଇତ ବନ୍ଧାଣ ସମିତି ତାର ସମ୍ମାନଜନକ ସମ୍ମାନ ସ୍ୱର୍ଗତ ମହେଶ କର ସ୍ମୃତି ସମ୍ମାନ ସମଜାନାଙ୍କୁ ପ୍ରଦାନ କରି ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି ଓ ସଭାପତି ଚିନ୍ମୟ ପ୍ରସାଦ ବେହୁରା ଉପସ୍ଥିତରହି ପ୍ରଦାନ କରିଥିଲେ ।