କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ଓ କରୋନା ଲଢେଇରେ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦେଶ୍ୟରେ ବୁଧବାର ସନ୍ଧ୍ୟା ୬ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଏହି ନୀରବ ପ୍ରାର୍ଥନା ଓ ଶପଥ ପାଠ ଉସôବରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ।
ସର୍ବ ପ୍ରଥମେ କରୋନା ଲଢେଇରେ ପ୍ରାଣବଳି ଦେଇଥିବା ଯୋଦ୍ଧାମାନଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଅଲେଖ ଚନ୍ଦ୍ର ଦାଶ ଓ ଦିବାକର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।
