Odisha news

ହାଇୱା ଡାଲା ଲାଗି ଛିଣ୍ଡିଲା ବିଦୁ୍ୟତ୍ ତାର ଅଳ୍ପକେ ବର୍ତିଲେ ଡ୍ରାଇଭର ହେଲପର

0

କେନ୍ଦ୍ରାପଡା : କେନ୍ଦ୍ରାପଡା ସହରସ୍ଥ ବାଇପାସ୍ ରାସ୍ତାରେ ଏକ ହାଇୱାରୁ ପଥର ଅନଲୋଡିଂ ବେଳେ ଏକ ବଡ ଧରଣର ଦୁର୍ଘଟଣାରୁ ଡ୍ରାଇଭର ଓ ହେଲପର ବଂଚି ଯାଇଥିବାର ଜଣା ପଡିଛି । ବାଇପାସ୍ ରାସ୍ତାର ପାଶ୍ୱର୍ ପଥର ପାର୍କିଂ ପାଇଁ ଏକ ହାଇୱାରେ ପଥର ଆସୁଥିଲା ।

ବିଳମ୍ବିତ ରାତିରେ ଏହି ହାଇୱାଟି ରାସ୍ତା ପାଶ୍ୱର୍ରେ ପଥର ଅନଲୋଡିଂ କରୁଥିବା ସମୟରେ ଉପରେ ଥିବା ବିଦୁ୍ୟତ୍ ତାରଟି ହାଇୱା ଡାଲା ଲାଗି କରେଣ୍ଟ ଚାର୍ଜ ହେବା ସହ ସମସ୍ତ ତାର ଛିଣ୍ଡିଯାଇ ବିଦୁ୍ୟତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା । ଏହି ହାଇୱାରେ ଥିବା ଡ୍ରାଇଭର ହେଲପର ଡେଇଁ ନିଜ ଜୀବନ ବଂଚାଇଥିବା ବେଳେ ନିକଟସ୍ଥ ଦିଲାରପୁର ଗ୍ରାମ ସଂପୂର୍ଣ୍ଣ ଅନ୍ଧାର ହୋଇ ଯାଇଥିଲା ।

 

Nalco

Leave A Reply