Odisha news

ଝିଅ ର ସନ୍ଦେହ ଜନକ ମୃତ୍ୟୁ ହୋଇ ଚିନ୍ତାରେ ଥିବା ବେଳେ ଆଜି ଘରୁ ସୁନା ଚୋରି

0

କାଶୀନଗର ରୁ ଆନନ୍ଦ ଚନ୍ଦ୍ର ପାତ୍ର ରିପୋର୍ଟ : କାଶୀନଗର ଏନ ଏ ସି ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଡେଭିଡ ରାଇତ ଯେ କି ଏକ ଭଡା କରି ଘରେ ରହୁଥିଲେ ଏବଂ ଏହି ମାସ ଗତ 19 ତାରିଖ ରାତିରେ ତାଙ୍କ ଝିଅଙ୍କ ନବୋଦୟ ବିଦ୍ୟାଳୟ ମଧ୍ୟରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା. ତେଣୁ ଏହି ଭଡା ଘରକୁ ଚାବି ପକାଇ ସେମାନେ ନିଜ ପୈତୃକ ଘରେ ରହୁ ଥିଲେ. ଏହାର ସୁଯୋଗ ନେଇ ତାଙ୍କ ଘରୁ ଗତ କାଲି ରାତ୍ରିରେ ଦୁର୍ବୁତ୍ତ ମାନେ ପଶି ଘରର ଚାବିକୁ ତାଡି ପ୍ରାୟ ପାଞ୍ଚ ତୋଳା ସୁନା ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ହେବ. ଆଜି ଡେଭିଡ ରଇତ ଥାନା ରେ ଏକ ଏତଲା ଦେଇ ମାମଲା ରୁଜୁ କରିଥିଲେ. ଏହି ଖବର ପାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ 30/23 ରେ ଏକ ମାମଲା ରୁଜୁ କରି ତୁରନ୍ତ ଡଗ ସ୍କ୍ୱାର୍ଡ ଆଣି ତଦନ୍ତ ଆରମ୍ଭ କରିଥିଲେ. ଘର ନିକଟରେ ଲଗାଯାଇଥିବା ସି ସି କ୍ୟାମେରା ଭିଡିଓ ମାନ ମଧ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି.

Govt
Leave A Reply