ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସରେ ଧର୍ମ କାର୍ଯ୍ୟ ର ଖୁବ୍ ମହତ୍ତ୍ଵ ରହିଥାଏ । ତେଣୁ ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଧର୍ମ କର୍ମର ଖୁବ୍ ମହତ୍ତ୍ଵ ରହିଥାଏ । ତେଣୁ ଏହି ମାସରେ ଭଗବାନ୍ ବିଷ୍ଣୁ ଙ୍କର ବିଶେଷ କୃପା ଓ ମହାଦେବ ଙ୍କୁ ବିଶେଷ ଭାବରେ ପୂଜା କରାଯାଏ ।
* କାର୍ତ୍ତିକ ମାସରେ ପୂର୍ଣ୍ଣ ନିଷ୍ଠା ଓ ଭକ୍ତି ଭାବରେ ପୂଜା କରାଯିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ବିଶେଷ ଭାବରେ ଧର୍ମ ଅର୍ଜନ କରିବା ପାଇଁ ଗାଈଙ୍କ ସେବା ଶୁଶ୍ରୁଷା କରାଯାଇ ଥାଏ ।
* ଏହି ମାସରେ ଶିବ ପୁତ୍ର କାର୍ତ୍ତିକେୟ ତାଡକା ଅସୁର କୁ ବଧ କରିଥିଲେ । ତେଣୁ ଏହି ମାସର ନାମ କାର୍ତ୍ତିକ ମାସ ଅଟେ ବୋଲି ମାନ୍ୟତା ରହିଛି ।
* କାର୍ତ୍ତିକ ମାସ ର ମାହାତ୍ମ୍ୟ ସ୍କନ୍ଦ ପୁରାଣ, ନାରଦ ପୁରାଣ, ପଦ୍ମ ପୁରାଣ ରେ ମଧ୍ୟ ବର୍ଣ୍ଣନା ହୋଇଛି । ଏହି ମାସରେ ଦାନ ଧର୍ମର ମଧ୍ୟ ଅନେକ ମହତ୍ତ୍ଵ ରହିଛି ।
* ଏହି ମାସରେ ମୋକ୍ଷ ପ୍ରାପ୍ତିର ମାର୍ଗ ଖୋଲିଥାଏ, ତେଣୁ ଏହି ମାସରେ ଜୀବନରେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି କରିବା ପାଇଁ ସତ୍ କର୍ମ, ଗୁରୁଜନଙ୍କ ସେବା ଓ ଦୁଃଖୀ ଦରିଦ୍ର ଙ୍କୁ ସେବା କରିବା ପାଇଁ ବିଶେଷ ଗୁରୁତ୍ଵ ଦିଆ ଯାଇଥାଏ ।
* କୁହାଯାଏ ଯେ ଏହି ମାସରେ ସେବା, ଦାନ, ଧର୍ମ କରିବା ଦ୍ଵାରା ୭ ଜନ୍ମର ପାପ ଦୁର ହୋଇଥାଏ ।

Comments are closed.