Odisha news

କାର୍ତ୍ତିକ ମାସ ଆରମ୍ଭ ହେଲା : ଯୋଗ ନିଦ୍ରାରୁ ଉଠିଲେ ଭଗବାନ ବିଷ୍ଣୁ

0

କାର୍ତିକ ମାସ ହିନ୍ଦୁ ଧର୍ମରେ ଅତ୍ୟଧିକ ପବିତ୍ର ମାସ ଅଟେ l ଏହା ଚତୁର ମାସର ଶେଷ ମାସ ଅଟେ l ଏହି ମାସରୁ ଦେବତା ମାନଙ୍କର ଏକାଗ୍ରତା ବଢିଥାଏ l ଏହି ମାସରେ ଧନ ଓ ଧର୍ମ ଦୁଇଟି ଉପରେ ପ୍ରାଧାନ୍ୟ ଦିଆଯାଏ l ଏହି ମାସରେ ମଧ୍ୟ ତୁଳସୀ ବୃକ୍ଷର ବିଶେଷ ପୂଜାର୍ଚନା କରାଯାଏ l

କାର୍ତିକ ମାସରେ ଖାଇବା ପିଇବା ଓ ଜୀବନ ଚର୍ଯ୍ୟା ଉପରେ ଗୁରୁତ୍ୱ ଦିଆଯାଇଥାଏ l ଯେଉଁ ଜିନିଷ ମାନଙ୍କର ସ୍ୱଭାବ ସରଳ ରହିଥାଏ ତାହାକୁ ବ୍ୟବହାର କରିବା କୁହାଯାଏ l ଯେପରିକି ନିରାମିଷ ଏହାର ଭକ୍ଷଣ କରିବାକୁ କୁହାଯାଇଥାଏ l ତା ସହିତ ସୂର୍ଯ୍ୟଙ୍କ କିରଣରେ ସାନ୍ନ କରିବା ଦ୍ୱାରା ଶୁଭ ବୋଲି ଧରାଯାଏ l କାର୍ତ୍ତିକ ମାସରେ ପ୍ରତେକ ଦିନ ଶ୍ରୀହରିଙ୍କର ପୂଜା କରିବା ଆବଶ୍ୟକ କାହିଁକି ନା କାର୍ତ୍ତିକ ମାସ ଶ୍ରୀହରିଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ l ମା ଲକ୍ଷ୍ମୀ ମଧ୍ୟ ଏହି ମାସଟିକୁ ଖୁବ ଭଲପାଇ ଥାନ୍ତି l ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠି ସୃଷ୍ଟିର ଆନନ୍ଦ ଲାଭ କରିବା ସହିତ କୃପା ବର୍ଷୀ ଥାନ୍ତି l ଏହି ମାସରେ ମା ଲକ୍ଷ୍ମୀ ବିଷ୍ଣୁଙ୍କ ସହିତ ମିଶି ପୃଥିବୀରେ ଭ୍ରମଣ କରନ୍ତି l ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଏହି ମାସରେ ଦୀପାବଳୀ ପାଳନ କରାଯାଏ ଓ ମା ଲକ୍ଷ୍ମୀଙ୍କୁ ଆବାହନ କରାଯାଏ l

କାର୍ତ୍ତିକ ମାସରେ ମା ଲକ୍ଷ୍ମୀଙ୍କ କୃପା କିପରି ମିଳିବ -କାର୍ତ୍ତିକ ମାସରେ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଦୀପାବଳୀ ଭଳି ପର୍ବ ପାଳନ କରାଯାଏ l କିନ୍ତୁ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ମିଳିତ ଆଶୀର୍ବାଦ ପାଇବା ପାଇଁ ପ୍ରତେକ ଦିନ ସନ୍ଧ୍ୟାରେ ଉଭୟଙ୍କର ସଂଯୁକ୍ତ ପୂଜା କରିବା ଆବଶ୍ୟକ l ଏହି ପୂଜାରେ ଆପଣ ଯେ କୌଣସି ମିଠା ଜିନିଷ ସହିତ ଫଳଟିଏ ପ୍ରଭୁଙ୍କୁ ଅର୍ପଣ କରିବେ l ରାତିରେ ସେହି ପ୍ରସାଦକୁ ସମସ୍ତେ ଘରେ ବାଣ୍ଟିକି ଖାଇବେ l

ଘରେ ସୁଖଶାନ୍ତି ଓ ଧନ ପ୍ରାପ୍ତି ପାଇଁ ତୁଳସୀଙ୍କ ପୂଜା କରିବା ନିହାତି ଆବଶ୍ୟକ l କାରଣ ଶ୍ରୀହରିଙ୍କର ପ୍ରିୟ ତୁଳସୀ ଅଟେ ,ତୁଳସୀଙ୍କ ପୂଜା କଲେ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି l ପ୍ରତେକ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ଦୀପ ଲଗାଇ ପ୍ରସାଦ ଚଢlନ୍ତୁ ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିବା ସହିତ ଶାନ୍ତି ମଧ୍ୟ ବଜାୟ ରହିବ l

Leave A Reply