ବାରିପଦା : କରୋନା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ରବିବାର ଉଦ୍ଘାଟିତ ହୋଇଛି କରୋନା ଟେଷ୍ଟିଂ ସେଣ୍ଟର । ଏହାଦ୍ୱାରା ଲୋକମାନଙ୍କ ସ୍ୱାବ୍ ଟେଷ୍ଟ ପାଇଁ ବାହାରକୁ ଆଉ ରକ୍ତନମୁନା ପଠାଇବା ଦରକାର ପଡିବ ନାହିଁ ।
ଏହି ପରିପ୍ରେକ୍ଷୀରେ ରବିବାର ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ପିଆରଏମ ପରିସରରେ ମାଇକ୍ରୋ ବାୟଲୋଜି ଟେଷ୍ଟିଂକୁ ଉଦ୍ଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଆରଏମ ଡିନ୍ ପ୍ରଫେସର ରାମରମନ ମହାନ୍ତି, ମାଇକ୍ରୋଲଜିଷ୍ଟ ମୁଖ୍ୟ ପ୍ରଫେସର ଡାଃ ଦିପ୍ତିଲତା ପଣ୍ଡା, ସୁପରିଟେଣ୍ଡେଣ୍ଟ ପ୍ରଫେସର ବୈକୁଣ୍ଠ ନାଥ ମହାପାତ୍ର, ଏଡିଏମ ରେଭିନୁ୍ୟ କୋଭିଡ୍ ବିବେକାନନ୍ଦ ସାହୁ, ସିଡିଏମଓ ଡାଃ ରୂପଭାନୁ ମିଶ୍ର, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଓ ଏପିଡି,ଡିଆରଡିଏ ସଙ୍ଗୀତା ବେହେରା ପ୍ରମୁଖ ଉଦ୍ଘାଟନ ଉସôବରେ ଉପସ୍ଥିତ ଥିଲେ ।