Odisha news

ମୟୂରଭଞ୍ଜ ଜିଲ୍ଲାରୁ ୬ ନୂଆ କରୋନା ଚିହ୍ନଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଫେରନ୍ତା

0

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ରବିବାର ଆଉ ୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ନୂଆ ଚିହ୍ନଟ ହୋଇଥିବା କରୋନା ରୋଗୀମାନେ ହେଲେ ରାସଗୋବିନ୍ଦପୁର ବ୍ଲକର ୪ଜଣ ମହାରାଷ୍ଟ୍ର ଫେରନ୍ତା ଓ ବାରିପଦା ବ୍ଲକ କର୍ଣ୍ଣାଟକ ଫେରନ୍ତା ୨ଜଣ ବୋଲି ଜଣାଯାଇଛି ।

ଚିହ୍ନଟ ହୋଇଥିବା କରୋନା ରୋଗୀମାନେ ହେଲେ ୨୨, ୨୯, ୩୫, ୨୬ ଓ ୩୪ ବର୍ଷର ୫ଜଣ ପୁରୁଷ ଏବଂ ଜଣେ ୨୦ବର୍ଷର ମହିଳା ବୋଲି ଜଣାଯାଇଛି । ଏମାନେ ସମସ୍ତେ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ । ଫଳରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂଖ୍ୟା ୨୩କୁ ଛୁଇଁ ଥିବାବେଳେ ଏମାନଙ୍କ ମଧ୍ୟରୁ୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୨ଜଣ ଏବେ ମଧ୍ୟ ଚିକିସôିତ ହେଉଛନ୍ତି ।

Leave A Reply