କଣିହାଁ : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରର ଘରୋଇକରଣ ବିରୁଦ୍ଧରେ ଏଆଇୟୁଟିୟୁସି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ
କଣିହାଁ : ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ର ଗୁଡିକୁ ଘରୋଇକରଣ କରିବା ପାଇଁ କେନ୍ଦ୍ରର ବିଜେପି ସରକାରଙ୍କ ପଦକ୍ଷେପ ବିରୁଦ୍ଧରେ ଏଆଇୟୁଟିୟୁସି ସମେତ ଦେଶର ଦଶଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ ଆହ୍ୱାନରେ ଆଜି ସର୍ବଭାରତୀୟ ପ୍ରତିବାଦ ଆନେ୍ଦାଳନ ଉପଲକ୍ଷେ ଏଆଇୟୁଟିୟୁସି କଣିହାଁ ବ୍ଲକ କମିଟି ପକ୍ଷରୁ ଗଦାଶିଳାସ୍ଥ ୟୁନିୟନ ଅଫିସ ଠାରେ ଅନ୍ଲାଇନ୍ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।
ଦେଶର ଜନସାଧାରଣଙ୍କ କର ଖଜଣା ଓ ଟିକସ ଟଙ୍କାରେ ଗଠିତ ଦେଶର ରାଜକୋଷରୁ ଅର୍ଥ ବିନିଯୋଗ କରି ପ୍ରତିଷ୍ଠିତ ଏନ.ଟି.ପି.ସି, ନାଲକୋ, ପିଜିସିଆଇଏଲ, ଏମସିଏଲ, ବ୍ୟାଙ୍କ, ବୀମା, ରେଳ ଆଦି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରି ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ନିଷ୍ପତ୍ତିକୁ ସଂଗଠନ ପକ୍ଷରୁ ଦୃଢ ନୀନ୍ଦା କରାଯାଇଛି ।
ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଏଆଇୟୁଟିୟୁସି ଓଡିଶା ରାଜ୍ୟ ସଭାପତି ଭିକାରୀ ପ୍ରଧାନ, ରାଜ୍ୟ ସଂପାଦକ ଜୟସେନ ମେହେର, ଅନୁଗୋଳ ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, କଣିହାଁ ବ୍ଲକ କମିଟି ସଂପାଦକ ଟୁନା ନାଏକ, ସଂଗଠକ ପ୍ରତାପ ଚନ୍ଦ୍ର ପ୍ରଧାନ, ହେମନ୍ତ କ୍ଷେତ୍ରୀ, ଦଶରଥ ହେମ୍ବ୍ରମ, ଶଦାଶିବ ସିଂହ, ଦୁଃଖବନ୍ଧୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।