Odisha news

ଜିଲାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

0

ଫୁଲବାଣୀ : କରୋନା ସଂକ୍ରମଣ ଯୋଗୁଁ କନ୍ଧମାଳ ଜିଲ୍ଲା ପ୍ରଶାସନ କ.ନୂଆଗାଁ ବ୍ଲକ ଅର୍ନ୍ତଗତ ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି । ଏହି ଗାଁ ଗୁଡିକ ହେଲା କିଲୁପଡା, ସାଇନପଡା, ତାଉଙ୍ଗିଆ, ଫନିପଡା, ତିଳକପଙ୍ଗା, ପାଦରପଡା, ଗୁଚ୍ଛାପଡା, ଯୁଗାପଦର, ସାଦରଙ୍ଗାକୁଟିଭଳି ୯ଟି ଗାଁକୁ କନ୍ଧମାଳ ଜିଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି । ଏସବୁ ଗାଁ ଗୁଡିକ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଓ ଭିତର ଲୋକଙ୍କ ବାହାରକୁ ଆସିବା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛି ପ୍ରଶାସନ । ଏପରିକି କେହିବି ଯେପରି ଘରୁ ପଦାକୁ ନବାହାରିବେ ସେଥିପାଇଁ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

ସୂଚନା ଯୋଗ୍ୟ ଯେ, କ.ନୂଆଗାଁ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ କ୍ୱାରେଣ୍ଟାଇନ୍ ଅବଧି ଶେଷ ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ଜଣେ ଯୁବକର କରୋନା ପଜିଟିଭ ରିପୋର୍ଟ  ଆସିବା ପରେ ଯୁବକ ଜଣକ ସେହି ଅଂଚଳରେ ବୁଲାବୁଲି କରିବାସହିତ କାହା ସହିତ ସଂସ୍ପର୍ଶରେ ଆସିବାର ସମ୍ଭାବନା ଥିବା ଯୋଗୁଁ ଏଭଳି ପଦକ୍ଷେପ ନେଇଛି ପ୍ରଶସନ ।  ତାଙ୍କ ପରିବାରର ୪ ଜଣ ଓ ବାହାରର ୪ ଜଣ ଲୋକଙ୍କୁ ପ୍ରଶାସନ ଚିହ୍ନଟ କରି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖିଛି । ଏହାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି । ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ଯେପରି ଗୋଷ୍ଠୀ ସଂକ୍ରମଣ ନହେବ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କହିଛନ୍ତି । ଏଣୁ, ଭୟଭୀତ ନହେବାକୁ ପ୍ରଶାସନ ପରାମର୍ଶ ଦେଇଥିବା  ନେଇ ଜଲା  ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି ।

Govt
Leave A Reply