କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସହରର ଉନ୍ନତ ମାନର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ପୂର୍ତ୍ତ ବିଭାଗ ର ଦାୟୀତ୍ଵ । ହେଲେ ପୂର୍ତ୍ତ ବିଭାଗର ଅବହେଳା ଓ ମନମାନୀ ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଠାରେ ଥିବା ଡିଭାଇଡର କାମ ବର୍ଷ ବର୍ଷ ଧରି ଭାଙ୍ଗିରୁଜି ପଡି ରହିଛି l ଅଦ୍ୟାବଧି ସୁଦ୍ଧା ତିଆରି ହୋଇ ପାରିନାହିଁ l ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି l ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ସମାବେଶ ବେଳେ ବାହାରୁ ଆସୁଥିବା ବଡ଼ ବଡ ଗାଡି ଗୁଡ଼ିକ କରୋନେସନ ଗ୍ରାଉଣ୍ଡ ଭିତରକୁ ପଶି ନ ପାରିବା କାରଣରୁ ପୂର୍ତ୍ତ ବିଭାଗ ତରଫରୁ ଭଙ୍ଗା ଯାଇଥିଲା l ହେଲେ, ସେବେଠାରୁ ଆଉ ନିର୍ମାଣ ନକରି ପୂର୍ତ ବିଭାଗ ନିରବ ଦ୍ରଷ୍ଟା ସାଜିଛି l ଯାହା ଫଳରେ ଟ୍ରାଫିକ ସମସ୍ୟାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ଦୁର୍ଘଟଣା ମାନ ମଧ୍ୟ ଘଟୁଛି ।
