Odisha news

ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ 

0
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ” ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ”ନୂଆ-ଓ” ଯୋଜନା ମାଧ୍ୟମରେ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀଠାରେ ଆଲୋଚନା ଚକ୍ର “ଓଡ଼ିଆ ଜନଜୀବନ ରେ ଶ୍ରୀଜଗନ୍ନାଥ” ଓ ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଈଶ୍ୱର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାରମ୍ଭିକ ଭାଷଣରେ ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ସୃଜନୀଶକ୍ତିର ବିକାଶରେ ସାହିତ୍ୟ ପ୍ରତିଯୋଗିତାର ଭୂମିକା ଓ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ଡ଼. ସୁଜିତ୍ କୁମାର ପଣ୍ଡା ଯୋଗ ଦେଇ “ଓଡ଼ିଆ ଜନଜୀବନରେ ଶ୍ରୀଜଗନ୍ନାଥ” ଶୀର୍ଷକ ଆଲୋଚନାରେ ତଥ୍ୟ ଓ ତତ୍ତ୍ୱ ସମ୍ୱଳିତ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ମନୋଜ କୁମାର ଲେଙ୍କା ଶ୍ରୀଜଗନ୍ନାଥଙ୍କ ବିଷୟରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମକୁ ଡ଼. ଧନଞ୍ଜୟ ସିଂ ପରିଚାଳନ କରିଥିଲେ।
Nalco
Leave A Reply