ସିସିଟିଭି ଫୁଟେଜ ଧରାଇଲା ଲାଇଭ୍ ଲୁଟ୍, ଥାନାରେ ଏତଲା : ଜଣେ ଅଟକ ଅପରାଧରାଜ୍ୟ By On Nov 8, 2020 0 Share କନ୍ଧମାଳ,(ସ.ବ୍ୟୁ.):ସିସିଟିଭି ଫୁଟେଜରେ ଲାଇଭ୍ ଲୁଟ୍ ଭି.ଡ଼ି.ଓ। ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି l ଏହି ଘଟଣା ଯାଇ ଥାନାରେ ପହଞ୍ଚିଥିବା ବେଳେ ପୁଲିସ୍ ଜଣକୁ ଅଟକ ରଖି ପଚରା ଉଚରା ଚଳାଇଥିବାର ଜଣାଯାଇଛି। ତେବେ ଲାଇଭ୍ ଭିଡ଼ିଓରେ ଯେଉଁ ବ୍ୟକ୍ତି ଜଣକ ଜଳ ଜଳ ହୋଇ ଦିଶୁଛନ୍ତି ସେ ଫୁଲବାଣୀର ବୋଲି ମଧ୍ୟ ଏକ ପ୍ରକାର ଚିହ୍ନଟ ହୋଇଥିବା ପ୍ରକାଶ।ସୂଚନା ଅନୁଯାୟୀ, ସ୍ଥାନୀୟ ବୌଦ୍ଧ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ କ୍ଷିରୋଦ କୁମାର ମିଶ୍ର ଶନିବାର ସଂନ୍ଧ୍ୟାରେ ବ୍ୟାଙ୍କ ନିକଟସ୍ଥ ଏକ କିରାଣି ଦୋକାନକୁ ତାଙ୍କର ବାଇକ୍ ନମ୍ବର (ଓଡ଼ି-୧୨-୯୮୨୮) ଧରି ଜିନିଷ କିଣିବା ପାଇଁ ଯାଇଥିଲେ। ଦୋକାନ ବାହାରେ ଗାଡ଼ି ରଖି ସେ ଜିନିଷ କିଣିବା ପରେ ଆସି ଦେଖିବା ବେଳେ ତାଙ୍କର ବାଇକ୍ର ଡ଼ିକି ଖୋଲାଯାଇ ଡ଼ିକିରେ ଥିବା ବହୁ ଆବଶ୍ୟକୀୟ କାଗଜପତ୍ର ସବୁ ଲୁଟ୍ ହୋଇଯାଇଛି। ତୁରନ୍ତ ଏନେଇ ଦୋକାନିକୁ କହିବା ପରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାର ରେ ସମସ୍ତ କଥା ପଦାକୁ ଆସିବା ସହିତ ଲୁଟ୍ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରି ରାତ୍ରରେ ଲିଖିତ ଭାବେ ଟାଉନଥାନାରେ ଏକ ଏତଲା ଦେଇଥିବା ପ୍ରକାଶ। ଏତଲା ପ୍ରକାରେ ପୁଲିସ୍ ତଦନ୍ତ ଆରମ୍ଭ କରିବା ସହିତ ଜଣକୁ ସିସିଟିଭି ଫୁଟେଜରେ ଦିଶୁଥିବା ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। 0 Share