କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣା ରେ ଜଣଙ୍କ ମୃତ୍ଯୁ ଘଟିବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି l ଆହାତ ଦୁଇଜଣ ଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି l ପ୍ରକାଶ ଯେ, ଗୋଛlପଡ଼l ଠାରୁ କୌଣସି କାମରେ ଫୁଲବାଣୀକୁ ଗୋଟିଏ ବାଇକ ରେ ତିନିଜଣମିଶି ଆସୁଥିବାବେଳେ କଟ୍ରୀଙ୍ଗୀଆ ନିକଟ ରେ ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ବାଇକ ଗଛରେ ପିଟି ହୋଇ ଯାଇଥିଲା, ଫଳରେ ବାଇକ ରେ ଥିବା ତିନିଜଣ ଗଛରେ ବାଡ଼େଇ ହୋଇ ତଳେ ପଡିଥିଲେ l ଏହା ଦେଖି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ କୁ ଖବର୍ ଦେବା ପରେ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ତିନିଜଣ ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ l ସେଥି ମଧ୍ୟରୁ ଦୁଡୁକି ପଞ୍ଚାୟତ ର ସୁଜାପାଜୁ ଗ୍ରାମର ବୀରେନ୍ଦ୍ର କହଁର ମୃତ୍ଯୁବରଣ କରିଥିବା ବେଳେ ଦୁଇ ଗୁରୁତର ସୁମନ କହଁର ଜୟଦେବ କହଁର ଆହାତ ହୋଇ ଚିକିତ୍ସତ ହେଉଛନ୍ତି l ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛି l