Odisha news

କନ୍ଧମାଳରେ ରବିବାର ପୁଣି ୧୭୮ କରୋନା ପଜିଟିଭ ଚିହ୍ନଟ

0

କନ୍ଧମାଳ : କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରବିବାର କନ୍ଧମାଳ ରେ ପୁଣି ୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୫୬୩ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୨୭୯୨ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୧୮ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୭୫୩ ଜଣ ଚିକିତ୍ସିତ ହେଉଛନ୍ତି।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୭୮ ମଧ୍ୟରୁ ୮୫ ଜଣ ପୁରୁଷ ହୋଇଥିବା ବେଳେ ୯୩ ଜଣ ମହିଳା ।

ସେମାନଙ୍କ ମଧ୍ୟରୁ ଫୁଲବାଣୀର ୬୬ ଜଣ ହୋଇଥିବା ବେଳେ, ଜି ଉଦୟଗିରିର ୧୭ ଜଣ, କ ନୂଆଗାଁର ୨୦ଜଣ,ଟିକାବାଲିର ୫ ଜଣ, ତୁମୁଡିବନ୍ଧର ୫ ଜଣ, ଚକାପାଦ ର ୦୮ ଜଣ, ରାଇକିଆର ୩ ଜଣ, ଦାରିଙ୍ଗବାଡିର ୧୨ ଜଣ,ଖଜୁରିପଡାର ୧୦ ଜଣ,କୋଟଗଡ ର ଜଣେ, ବାଲିଗୁଡା ର ୧୩ ଜଣ,ଫିରିଙ୍ଗିଆ ର ୧୬ ଜଣ ଓ ଅନ୍ୟାନ୍ୟ ୨ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।ଜିଲ୍ଲା ପ୍ରଶାସନ ତରଫରୁ ଭୟଭିତ ହେବାର କୌଣସି କାରଣ ନାହିଁ ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବହାରନ୍ତୁ , ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୁରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

Nalco
Leave A Reply