Odisha news

କଣାସ : ବିଶିଷ୍ଠ ଧର୍ମପରାୟଣା ମହିଳାଙ୍କ ମୃତ୍ୟୁ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ ଡ଼ିମିରି ଗ୍ରାମର ବରିଷ୍ଠ ରାଜନୈତିକ ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରେମାନନ୍ଦ ପଟ୍ଟଯୋଶୀ ଙ୍କ ଧର୍ମପତ୍ନୀ ମନୋରମା ପଟ୍ଟଯୋଶୀଙ୍କ (୯୨)ବର୍ଷ ବୟସରେ ଗତକାଲି ଗୁରୁବାର ଦିନ ୪ଘଟିକା ସମୟରେ ମୃତ୍ୟୁବରଣ ହୋଇଯାଇଛି। ସ୍ବର୍ଗତ ମନୋରମା ଦୀର୍ଘଦିନ ହେବ ରୋଗଶଯ୍ୟା ରେ ପଡିରହିଥିଲେ। ଖବରପାଇ ଅଞ୍ଚଳର ବିଶିଷ୍ଠ ସମାଜସେବୀ ସୁବର୍ଣ୍ଣ କେଶରୀ ବଳିୟାରସିଂହ, ରବୀନ୍ଦ୍ର କୁମାର ରାଉତରାୟ, ହାଡ଼ିବନ୍ଧୁ ପାଢ଼ୀ, ଶିକ୍ଷାବିତ ମାନସ ରଞ୍ଜନ ବଳୀୟରସିଂହ, ରଜନୀକାନ୍ତ ପାଢ଼ୀ, ସାମ୍ୱାଦିକ ସମୀର କେଶରୀ ବଳିୟାରସିଂହ, ଶିଳ୍ପପତି ସୁକାନ୍ତ କିଶୋର ସାମନ୍ତରାୟ, ଶରତ ଚନ୍ଦ୍ର ମହାପାତ୍ର ତଥା ଅଞ୍ଚଳର ବହୁ ମାନ୍ୟ ଜନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ମୃତ୍ୟୁ ବେଳକୁ ସାନପୁଅ ଶ୍ରୀକାନ୍ତ ପଟ୍ଟଯୋଶୀ, ଦୁଇ ବୋହୂ,ନାତି ନାତୁଣୀ ଉପସ୍ଥିତ ରହିଥିଲେ। ପୁରୀ ସ୍ୱର୍ଗ ଦ୍ୱାରରେ ଶବଦାହ କରାଯାଇଥିଲା। ବଡ଼ପୁଅ ବସନ୍ତ କୁମାର ପଟ୍ଟଯୋଶୀ ମୁଖାଗ୍ନି ଦେଇଥିଲେ। ମନୋରମା ଜଣେ ମିଷ୍ଠଭାଷୀ, ସମାଜସେବୀ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ କଣାସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply