କଣାସ,୩୦/୦୮/ : କଣାସ ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତରେ ଥିବା ସାହାସପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଜାତୀୟ ସ୍ତରର ଦୁଇ ଜଣିଆ ଡାକ୍ତରୀ ପ୍ରତିନିଧି ଦଳ ନ୍ୟାସନାଲ କ୍ୱାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ ସାର୍ଟିଫିକେଟ ମାନ ନିର୍ଦ୍ଧାରଣ ପାଇଁ ପରିଦର୍ଶନ କରିଥିଲେ। ଡାକ୍ତର ଅଂକୁଳ ମହେଶ୍ୱର ରାଓ ଏବଂ ଡାକ୍ତର ରୋଜାଲିନ ରଶ୍ମି ଏକ୍କା ସାହାସପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ପ୍ରିଦର୍ଶନ କରି ଉପଲବ୍ଧ ସ୍ୱାସ୍ଥ୍ୟ ସେବାର ମାନ ପରୀକ୍ଷା ଓ ଅନୁଧ୍ୟାନ କରିଥିଲେ। ଆଜି ସକାଳେ ପହଞ୍ଚିବା ସମୟରେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ରମେଶ ଚନ୍ଦ୍ର ବେହେରା, ଡାକ୍ତର ବିଶ୍ୱ ରଞ୍ଜନ ଜେନା ପ୍ରମୂଖ ଜାତୀୟ ମାନ ନିର୍ଣ୍ଣାୟକ କମିଟିକୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ସାଙ୍ଗରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଟି. ନାରାୟଣ ରାଓ, ଜିଲ୍ଲା କ୍ୱାଲିଟି ମ୍ୟାନେଜର ସୁଶ୍ରୀ କସ୍ତୁରୀ ପ୍ରିୟମ୍ବଦା, ଆଶା ମ୍ୟାନେଜର ଶ୍ରୀ ଅଶୋକ କୁମାର ସାହୁ, ଧନେଶ୍ୱର ସ୍ୱାଇଁ, ଶିବ ପ୍ରଶାଦ ଦୀକ୍ଷିତ, କୃଷ୍ଣ ଚନ୍ଦ୍ର ବରାଳ, ତପନ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଅନୁଧ୍ୟାନ ସମୟରେ ଟିମ ସଦସ୍ୟଙ୍କୁ ସହଯୋଗ କରିଥିଲେ।ପୂର୍ବରୁ ରାଜ୍ୟ ସ୍ତରୀୟ ଅନୁଧ୍ୟାନ କମିଟି ସାହାସପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅନୁଧ୍ୟାନ କରି ରାଜ୍ୟ ସ୍ତରୀୟ କ୍ୱାଲିଟି-ମାନାଙ୍କ ପ୍ରମାଣପତ୍ର ପାଇଁ ଅନୁମୋଦିତ କରିଥିଲେ। ଏହି ଅନୁଧ୍ୟାନ ସମୟରେ ଉପକେନ୍ଦ୍ରର ସିଏଚଓ ଶ୍ରୀ ଅରବିନ୍ଦ ମହାପାତ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଆଶା ଶ୍ରୀମତୀ ସୀତାଦେବୀ ସାହୁ, ସତ୍ୟଭାମା ସାହୁ, କାବେରୀ ସାହୁ, ବିନୋଦିନି ପ୍ରଧାନ, ବିଜୁଳୀ ବେହେରା ଟିମ ସଦସ୍ୟଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ନିଜର ରେକର୍ଡ଼ ପତ୍ର ପ୍ରଦର୍ଶନ କରିଥିଲେ ।ଆରମ୍ଭରୁ ଅନୁଧ୍ୟାନକାରି ଦଳ ସମସ୍ତଙ୍କ ସହିତ ଏକ ବୈଠକ କରି ଉପକେନ୍ଦ୍ରର ସେବା ସମ୍ପର୍କରେ ଅବଗତ ହୋଇଥିଲେ। ଅନୁଧ୍ୟାନ ପରେ ପୁନଶ୍ଚ ଆଲୋଚନା କରି ଜାତୀୟ ମାନାଙ୍କ ପ୍ରମାଣପତ୍ର ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।ଏହି ଅବସରରେ ଉପକେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା।