Odisha news

ବସନ୍ତ ପଞ୍ଚମୀ ରେ ମାତା ସରସ୍ବତୀ ଙ୍କ ବ୍ୟତୀତ କାହିଁକି କାମଦେବ ଙ୍କୁ ପୂଜା କରାଯାଇ ଥାଏ

0

ବସନ୍ତ ପଞ୍ଚମୀ ଦିନ ଆମେ ବିଶେଷ ଭାବରେ ମାତା ସରସ୍ବତୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ l  କିନ୍ତୁ ସରସ୍ବତୀ ଙ୍କ ଛଡା ଏହିଦିନ ବସନ୍ତ ଉତ୍ସବ ପାଳନ ହେଉଥିବାରୁ  ଏହିଦିନ କାମଦେବ ଙ୍କ ପୂଜା ମଧ୍ୟ କରାଯାଇଥାଏ l କାମଦେବ ଙ୍କୁ ମହାଦେବ ନିଜର ତୃତୀୟ ନେତ୍ରରେ ଭସ୍ମ କରିଦେଇ ଥିଲେ l ଏବଂ ପରେ କାମଦେବ ଙ୍କ ପତ୍ନୀ ଙ୍କ ତପସ୍ୟା ଦ୍ୱାରା ଶ୍ରୀକୃଷ୍ଣ ଙ୍କ ପୁତ୍ର ପ୍ରଦ୍ୟୁମ୍ନ ହୋଇ ଜନ୍ମ ହୋଇଥିଲେ l

– ବସନ୍ତ ପଞ୍ଚମୀ ଦିନ କାମଦେବ ଙ୍କ ପୂଜା କରାଯାଉ ଥିଲା, କାମଦେବ ଙ୍କ ପୂଜା କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l ମୁଦଲ ପୁରାଣ ଅନୁସାରେ କାମଦେବ ଙ୍କ ବାସ ଯୌବନ, ସ୍ତ୍ରୀ, ସୁନ୍ଦର ଫୁଲ, ଗୀତ, ପରାଗ କଣ କିମ୍ବା ଫୁଲର ରସ , ପକ୍ଷୀଙ୍କ ମିଠା ସ୍ୱର , ସୁନ୍ଦର ବଗିଚା, ବସନ୍ତ ଋତୁ, ଚନ୍ଦନ , କାମ ବାସନା ରେ ଲିପ୍ତ ପୁରୁଷ ର ସଂଗୀତ ପ୍ରତି ଆଗ୍ରହ କରାଇ ଥାଆନ୍ତି କାମଦେବ l

– କାମଦେବ ସେହି ବ୍ୟକ୍ତି ନିକଟରେ ରହି ଥାଆନ୍ତି ଯିଏକି ସୁନ୍ଦର ଆଭୂଷଣ ଧାରଣ କରି ସର୍ବଦା ରହି ଥାଆନ୍ତି, ଏହାଛଡା କାମଦେବ ସ୍ତ୍ରୀଙ୍କ ଶରୀରରେ ମଧ୍ୟ ବାସ କରି ଥାଆନ୍ତି, ବିଶେଷ ଭାବରେ ନାରୀ ଙ୍କ ନୟନ,କପାଳ, ଓଠ ଓ ଆକ୍ଷି ର ଆଇବ୍ରୋ ରେ କାମଦେବ ଙ୍କ ବାସ ହୋଇଥାଏ ବୋଲି ପୁରାଣ ରେ ବର୍ଣନା ରହିଛି l

– ବସନ୍ତପଞ୍ଚମୀ ରେ ଯେଉଁ ବ୍ୟକ୍ତି ବିବାହ ବନ୍ଧନ ରେ ଅବାଧ ହୋଇ ଥାଆନ୍ତି କିମ୍ବା ପ୍ରଣୟ ରେ ଅବାଧ  ହୁଅନ୍ତି ସେମାନଙ୍କ ଜୀବନ ସୁଖମୟ ହୋଇଥାଏ l ଏହିଦିନ ବିବାହ କରିବାର ଖୁବ ଶୁଭଦିନ ଅଟେ l

Leave A Reply