ଗାଁ ର ପୋଖରୀ ହୁଡ଼ା ରେ ଥିବା କଳମଶାଗ ରେ ରହିଛି ଅଦ୍ଭୁତ ଔଷଧୀୟ ଗୁଣ, କୋଲେଷ୍ଟ୍ରଲ ଦୂର ହେବା ସହ ହାର୍ଟ କୁ ରଖିଥାଏ ସୁସ୍ଥ
ଆମେ ବିଭିନ୍ନ ପ୍ରକାରର ଶାଗ ଖାଇଥାଉ ଯେପରିକି କୋଶଳା ଶାଗ, ମେଥି ଶାଗ, ପାଳଙ୍ଗ ଶାଗ l ସେଥି ମଧ୍ୟରୁ ଏପରି କିଛି ଶାଗ ରହିଛି ଯାହା ଶରୀର ପାଇଁ ଖୁବ ଉପକାରୀ l ସେଥି ମଧ୍ୟରୁ ଗୋଟିଏ ହେଲା କଲମ ଶାଗ l ଏହି ଶାଗ ଟିକୁ ଆମେ ସାଧାରଣ ଭାବରେ ଗାଁ ଗହଳି ରେ ପୋଖରୀ ହୁଡାରେ ଦେଖିବାକୁ ପାଇଥାଉ l ଅନେକ ଲୋକ ଏହାକୁ ଅଣଦେଖା କରି ଥାଆନ୍ତି l କିନ୍ତୁ ଏଥିରେ ରହିଛି ଅନେକ ସ୍ୱାସ୍ଥ୍ୟକର ଲାଭ l ଏହାକୁ ଇଂରାଜୀ ରେ ୱାଟର ସ୍ପିନଚ କହି ଥାଆନ୍ତି l
* କଳମ ଶାଗ ଶରୀରରେ ରକ୍ତ ହୀନତାକୁ ଦୂର କରିଥାଏ l ଏଥିରେ ପ୍ରଚୁର ମାତ୍ରାରେ ଆଇରନ ଭରି ହୋଇ ରହିଛି l ଯାହା ରକ୍ତ ହୀନତାକୁ ଦୂର କରିବାରେ ସାହାଯ୍ୟ କରିଥାଏ l
* ପାଚନ କ୍ରିୟାକୁ ଠିକ ରଖିବା ପାଇଁ କଳମ ଶାଗ ର ଗୋଟିଏ ମହତ୍ଵପୁର୍ଣ ଭୂମିକା ରହିଛି l ଏହି ଶାଗ ରେ ଫାଇବର ର ମାତ୍ରା ପ୍ରଚୁର ରହିଥାଏ l ତା ସହିତ ଏହି ଫାଇବର ମେଟାବୋଲିକ ସ୍ତରକୁ ମଧ୍ୟ ଉନ୍ନତ କରିଥାଏ l ଯେଉଁ କାରଣରୁ ଆପଣ ଯାହା କିଛି ବି ଖାଇ ଥାଆନ୍ତି ସହଜରେ ହଜମ ହୋଇ ଯାଇଥାଏ l
* କଳମ ଶାଗ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିଥାଏ l ଯେଉଁ କାରଣରୁ ଆପଣ ହାର୍ଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ରୁ ଦୁରେଇ ରହି ଥାଆନ୍ତି l ଏଥିରେ ଥିବା ମଗ୍ନେଶୀୟମ ବ୍ଲଡ଼ ବେଶେଲସ କୁ ସୁସ୍ଥ ରଖିଥାଏ ଓ ରକ୍ତ ସଂଚାଳନ ମଧ୍ୟ ଭଲରେ ହୋଇଥାଏ l
* କଳମ ଶାଗ ଲିଭର କୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ l ଏହାର ଅର୍ଥ ଲିଭର ରୁ ବର୍ଜ୍ୟ ବସ୍ତୁକୁ ବାହାର କରି ଲିଭର କୁ ସୁସ୍ଥ ରଖିଥାଏ l ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଲିଭର କୁ ଏଞ୍ଜାଇମ କୁ ଆକ୍ଟିଭେଟ କରିଥାଏ, ଯେଉଁ କାରଣରୁ ଆପଣଙ୍କ ଲିଭର ସୁସ୍ଥ ରହିଥାଏ l