Odisha news

ଶନି ଦେବଙ୍କ ଯଜ୍ଞ ମହୋତ୍ସବ ଉଦଯାପିତ

0

କାକଟପୁର 7/5 କାକଟପୁର ତହସିଲ ଛକ ମୂଳାଗଡ଼ ରାଧା କୃଷ୍ଣ ମେଳଣ ପଡିଆରେ ଗ୍ରହରାଜ ଶନିଦେବଙ୍କର ନବମ ବାର୍ଷିକ ବିଶ୍ୱଶାନ୍ତି ଯଜ୍ଞ ମହୋତ୍ସବ ଓ ପୀଠବଢ଼ା ମେଳା ଗୁରୁବାର ଠାରୁ ଆରମ୍ଭ ହୋଇ ଶନିବାର ଦିନ ପୂର୍ଣ୍ଣାହୂତି ଉତ୍ସବ  ଅନୁଷ୍ଠିତ  ହୋଇଯାଇଛି l ଶତାଧିକ ଶ୍ରଦ୍ଧାଳୁ (ମହିଳା ଓ ପୁରୁଷ ) ଭକ୍ତ  ମାନେ ଯୋଗ ଦେଇ ଯଜ୍ଞ ରେ ଘିଅ,ଦ୍ୱୀପ ଦାନ କରି ନିଜ ନିଜ ପରିବାର ତଥା ବିଶ୍ୱର କଲ୍ୟାଣ ନିମନ୍ତେ ଶନିଦେବ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ପୂଜକ ଅଜୟ କୁମାର ଙ୍କ ପରିଚାଳନା ରେ ଏହି ବିଶ୍ୱ ଶାନ୍ତି ଯଜ୍ଞ ରେ ସୁବାଷ ଚନ୍ଦ୍ର ତ୍ରିପାଠୀ, ଚନ୍ଦନ ମିଶ୍ର ମୁଖ୍ୟ ପୂଜକ ଭାବେ ଯୋଗଦେଇ ପୂଜା ପାଠ କରିଥିଲେ l  ବିଶ୍ୱଜିତ, ଶୁଭଶ୍ରୀ, ରେବତୀ, ଜୟକୃଷ୍ଣ ଦାସ, ମନୋଜ କୁମାର ସାହୁ ଓ ସ୍ଥାନୀୟ ଗ୍ରାମ ବାସୀଙ୍କ ପୂର୍ଣ୍ଣ ସହଯୋଗରେ ତିନିଦିନ ବ୍ୟାପି ଏହି ବିଶ୍ୱ ଶାନ୍ତି ଯଜ୍ଞମହୋତ୍ସବ  ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ବୈଷୟିକ  ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ସମାଜସେବୀ ପ୍ରଶାନ୍ତ କୁମାର ନାୟକ ସାଧୁବାଦ ଜଣାଇଛନ୍ତି l ଶେଷରେ ଭକ୍ତ ମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରିଥିଲେ l

Leave A Reply