କାକଟପୁର ତା 27/4 କାକଟପୁର -ନିମାପଡା ମୂଖ୍ୟ ରାସ୍ତାର ବଲରା ଠାରେ ଖୋଲା ଯାଇଥିବା ମଦ ଦୋକାନ ପ୍ରତିବାଦରେ ବୁଧବାର ଦିନ ମହିଳା ମାନେ ସକାଳ 10 ଟାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ମୂଖ୍ୟ ରାସ୍ତାକୁ ଅବରୋଧ କରିବା ସହିତ ପୁରୀ ଜିଲ୍ଲାପାଳଙ୍କୁ ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ମଦ ଦୋକାନ ହେବାଦ୍ବାରା ସ୍ଥାନୀୟ ହରିଜନ ବସ୍ତିର ବହୁଦିନ ମଜୁରିଆ ବ୍ୟକ୍ତି ମଦ୍ୟପ ହେବାସହ ନିକଟସ୍ଥ ସ୍କୁଲ, କଲେଜ ଛାତ୍ରଙ୍କ ଉପରେ ଏହାର କୁପ୍ରଭାବ ପଡିବ l ହରିଜନ ବସ୍ତିର ନାବାଳକ ମାନେ ଯେ ମଦର ଶିକାର ନହେବେ ଏ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ l ଏନେଇ ସ୍ଥାନୀୟ ମହିଳାମାନେ ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ବୁଧବାରଦିନ କାକଟପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି , ସୌମ୍ୟକାନ୍ତ ଖୁଣ୍ଟିଆଙ୍କ ନେତୃତ୍ୱରେ ମହିଳାମାନେ ରାସ୍ତା ଅବରୋଧ କରିଥିଲେ l