କାକଟପୁର ତା 21/10, ଶନିବାର ଦିନ ପିସିସି ସଭାପତି ଶରତ ପଟ୍ଟନାୟକ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ପରିଦର୍ଶନ କରି ମା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ତାଙ୍କ ସହିତ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୁରୀଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚା ସଭାପତି ନିରୁପମା ପାତ୍ର, କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ,ଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ, ଅସ୍ତରଙ୍ଗ ବ୍ଲକ ସଭାପତି ବାଉରୀବନ୍ଧୁ ମହାନ୍ତି, ଗୋପ ବ୍ଲକ ସଭାପତି ଭାସ୍କର ସେଠ,ବିପିନ ବିହାରୀ ମହାନ୍ତି, ଯୁବ ନେତା ବିଶ୍ୱଭୂଷଣ ଦାସ, କାକଟପୁର ପଞ୍ଚାୟତ ସଭାପତି ନଳିନୀକାନ୍ତ ଦୀକ୍ଷିତ, ବରିଷ୍ଠ ଆଇନୀଜୀବୀ ପ୍ରଫୁଲ କୁମାର ନାୟକ, କଣ୍ଟାପଡା ପଞ୍ଚାୟତ ସଭାପତି ଅରକ୍ଷିତ କାଣ୍ଡି, ଅବଦାନ ପଞ୍ଚାୟତ ସଭାପତି ବିଚିତ୍ରାନନ୍ଦ ଦାଶ, ଓଥକା ପଞ୍ଚାୟତ ସଭାପତି କୃଷ୍ଣଚନ୍ଦ୍ର ବିଶ୍ୱାଳ,ଭଣ୍ଡାଘର ପଞ୍ଚାୟତ ସଭାପତି ରଜବ ଅଲ୍ଲୀ, କଟକଣା ପଞ୍ଚାୟତ ସଭାପତି ସେକ ହିମାୟତ, ସେକ ଲିଆକତ, ଲତାହରଣ ପଞ୍ଚାୟତ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ,ସୁହାଣପୁର ପଞ୍ଚାୟତ ସଭାପତି ଯଶୋବନ୍ତ ନାରାୟଣ ମହାନ୍ତି, ପାଟସୁନ୍ଦର ପୁର ପଞ୍ଚାୟତ ସଭାପତି ସୁକାନ୍ତ କୁମାର ପରିଡ଼ା, ବାଙ୍ଗୁରୀଗାଁ ପଞ୍ଚାୟତ ସଭାପତି ହୃଷିକେଶ ବେହେରା , କୁଣ୍ଢେଇ ପଞ୍ଚାୟତ ସଭାପତି ମହେଶ୍ୱର ନାୟକ, ଜଳେଶ୍ୱରପଡ଼ା ପଞ୍ଚାୟତ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ନାସିକେଶ୍ଵର ପଞ୍ଚାୟତ ସଭାପତି ମାଧବାନନ୍ଦ ସାହୁ,କୁରୁଜଙ୍ଗ ପଞ୍ଚାୟତ ସଭାପତି ଗୋପୀ ମଉସା, ସୁହାଗପୁର ପଞ୍ଚାୟତ ସଭାପତି ନାରାୟଣ ପୃଷ୍ଟି, ଶିବ ଚରଣ ସେଠୀ ଓ ଏକ ହଜାର ରୁ ଉର୍ଦ୍ଧ ଛାମୁଆ ନେତା ଓ କର୍ମୀ ଯୋଗଦେଇ ଶ୍ରୀ ପଟ୍ଟନାୟକ ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ସୁଫଳ ପାଇବ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ l
