Odisha news

ସେବାୟତ ନିଯୋଗର ପୂର୍ବତ୍ତନ ସଭାପତିଙ୍କ ପରଲୋକ

0
କାକଟପୁର ତା 04/02, କାକଟପୁର ସେବକ ସାହିର ବରିଷ୍ଠ ସେବାୟତ ତଥା ଦୀର୍ଘ ୨୭ ବର୍ଷ ଧରି ସେବକ ସମିତି ନିଯୋଗର ପୂର୍ବତ୍ତନ ସଭାପତି କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କ ୮୭ ବର୍ଷ ବୟସରେ ଆଜି ଦିବା ୧0 ଘଟିକା ସମୟରେ କାକଟପୁର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି. ସେ ତାଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ସହିତ ଜଡିତ ରହି ବହୁ ଲୋକପ୍ରିୟତା ହାସଲ କରିଥିଲେ. ତାଙ୍କ ସମୟରେ କାକଟପୁର ମଙ୍ଗଳା ମନ୍ଦିର ସେବକ ସମିତି ନିଯୋଗର ଉନ୍ନତି କରି ନିଯୋଗକୁ ଶୀର୍ଷରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ. ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସାରା କାକଟପୁର ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ. ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କ ଶେଷ ଦର୍ଶନ ପାଇଁ ବହୁ ରାଜନେତା, ବନ୍ଧୁପରିଜନ, ଶୁଭେଛୁ ମାନେ ତାଙ୍କ ବାସଭବନରେ ଭିଡ଼ ଲଗେଇଥିଲେ. ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ ତାଙ୍କର ଶେଷ ଦର୍ଶନ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ. ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡପୁତ୍ର ହିମାଂଶୁ ଭୂଷଣ ଦୀକ୍ଷିତ, ଚଳିତ ନିର୍ବାଚନରେ ୭ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପାଇଁ ଲଢ଼ୁଥିବା ବଡ ବୋହୁ ସଂଯୁକ୍ତା ଦୀକ୍ଷିତ, ମଧ୍ୟମ ପୁତ୍ର ସୁଧାଂଶୁ ଭୂଷଣ ଦୀକ୍ଷିତ, କନିଷ୍ଠ ପୁତ୍ର ଶୁଭ୍ରାଂଶୁ ଦୀକ୍ଷିତ, ପୁତୁରା କାଳନ୍ଦୀ ଦୀକ୍ଷିତ,ପୁତ୍ରବଧୂ, ନାତିନାତୁଣୀ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ. ତାଙ୍କର ଶବାଧାରରେ ବଡଭାଇ ତଥା ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ରାମଚନ୍ଦ୍ର ଦୀକ୍ଷିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ. ତାଙ୍କର ମରଶରୀରକୁ କାକଟପୁର ବଜାର ପରିକ୍ରମା କରାଯାଇ ନିଜ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା. ବଡପୁତ୍ର ହିମାଂଶୁ ଭୂଷଣ ଦୀକ୍ଷିତ ମୁଖାଗ୍ନି ଦେଇଥିଲେ. ତାଙ୍କର ମୃତ୍ୟୁରେ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି
Leave A Reply