Odisha news

ବର୍ଷାରେ ବେହାଲ କାକଟପୁର ବ୍ଲକ ପରିସର।

କାକଟପୁର :  କାକଟପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଟିକିଏ ବର୍ଷାରେ ପାଣି ଲହଡ଼ି ମାରୁଛି।ବ୍ଲକ କାର୍ଯ୍ୟାଳୟରେ ବସି ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜ ପଞ୍ଚାୟତର ଉନ୍ନତି କରଣ କରିବାକୁ ସିଦ୍ଧାନ୍ତ ନେଉଥିବା ବେଳେ ବ୍ଲକ କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ନଦେବା ବ୍ଲକ କୁ ଆସୁଥିବା ସାଧାରଣ ଜନତା କଟାକ୍ଷ କରୁଛନ୍ତି।ସ୍ବଛଭାରତ କାକଟପୁର ବ୍ଲକପରିସରରେ ଏକରକମ ଫେଲ ମାରିଛି।ବ୍ଲକ କାର୍ଯ୍ୟାଳୟ ପରିସରରେ ସାଧାରଣ ଜନତାଙ୍କ ପିଇବା ପାଇଁ  ସ୍ବଛପାନୀୟଜଳ ମେସିନଟି ବହୁବର୍ଷ ହେବ ଖରାପ ହୋଇପଡିଛି। ଅଫିସ୍ କାନ୍ଥଗୁଡିକ କର୍ମଚାରୀ ଓ ଅଫିସକୁ  ଆସୁଥିବା ଜନତାଙ୍କ ଛେପପକା ଦାନୀ ପାଲଟିଛି। ବ୍ଲକ ପରିସରରେ ଗୁଟୁଖା ଓ ଅନ୍ୟ ତମାଖୁର ବର୍ଜ୍ୟ ଟୁକୁଡା ପଡି ଅପରିଷ୍କାର ପରିବେଶ ସୃଷ୍ଟି କରୁଛି।

ସାଧାରଣ ଜନତାଙ୍କ ପାଇଁ ବ୍ଲକ୍ ପରିସରରେ ଇଉରିନାଲ, କିମ୍ବା ଶୌଚାଳୟ ନଥିବାରୁ ଦୂର ଦୂରଦୂରାନ୍ତରୁ ଆସିଥିବା ଷୁରୁଷ/ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ କାନ୍ଥ ଓ ପ୍ରାଚୀରକୁ ମୁହଁ କରି ଆଗନ୍ତୁକ ମାନେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ବ୍ଲକରେ ଗାଡି ପାର୍କିଂ କରିବାର ବ୍ୟବସ୍ଥା ନଥିବାରୁ କାର୍ଯ୍ୟାଳୟ ଆଗରେ ଗାଡିରଖିବା ଦ୍ଵାରା ବରିଷ୍ଟ ନାଗରିକ ମାନେ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଘଟଣା ଘଟୁଛି । ବିଶେଷ କରି ବିଭିନ୍ନ ଜନହିତକର ଯୋଜନାରେ ସାମିଲ ହେବାପାଇଁ ଅଯୋଗ୍ୟ ହିତାଧୀକାରୀ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାରେ ବ୍ଲକ ଦଲାଲ ମାନେ ସକ୍ରିୟ ଭୂମିକା ତୁଲାଉଛନ୍ତି। ଯାହାଫଳରେ ପ୍ରକୃତ ହିତାଧିକାରୀ ବାଦପଡି ଯାଉଛନ୍ତି। ଏସବୁ ଦିଗପ୍ରତି କାକଟପୁର ବ୍ଲକ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Comments are closed.