Odisha news

ବଜାରରେ ଅପମିଶ୍ରିତ ପନିଅର ଓ ସ୍ପ୍ରେ ଦିଆ କଦଳୀ -ଖାଉଟି ଚିନ୍ତାରେ

0

କାକଟପୁର 22/10 ବଜାରରେ ଏବେ ପ୍ରଚୁର ପରିମାଣରେ ଅପମିଶ୍ରିତ ପନିଅର, ଦହି ଏବଂ ରାସାୟନିକ ସ୍ପ୍ରେ ଦିଆ କଦଳୀ ବିକ୍ରୀ କରଯାଉଛି, ବିବାହ, ବ୍ରତ, ଏବଂ ଭୋଜି ମାନଙ୍କ ରେ ଯେତେ ଅଡର ଦିଆ ଗଲେବି ବେପାରୀ କେମିତି ଦେଇ ପାରୁଛି ବୋଲି ପ୍ରଶ୍ନ ଉଠୁଛି,ସକାଳେ ଅଡର ଦେଲେ ସନ୍ଧ୍ୟାରେ ଅଡର ମୁତାବକ ମିଳି ପାଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦ ଜନକ,ଏବେ କାର୍ତିକ ମାସରେ କାର୍ତିକ ପୂର୍ଣ୍ଣିମା ରେ ବିଭିନ୍ନ ଶୈବ ପୀଠ ମାନଙ୍କରେ କଦଳୀ ପଣା  ର ପରମ୍ପରା ଥିବାରୁ କଦଳୀ ର ବହୁଳ ପରିମାଣରେ ବିକ୍ରି ପାଇଁ ବେପାରୀ ମାନେ ପ୍ରଚୁର ମାତ୍ରାରେ କମ ଦାମ ରେ କଷି ହେଉ ବା ଅଳ୍ପ ପାକଳ  କଦଳୀ କୁ ଆଣି ରାସାୟନିକ ସ୍ପ୍ରେ ଦ୍ୱାରା ପଚାଇ ବିକ୍ରୀ କରି ଅଧିକ ପରିମାଣରେ ଅର୍ଥ ରୋଜଗାର ପାଇଁ ମସୁଧା କରୁଥିବା କାକଟପୁର, କୁଣ୍ଢେଇ, ଲତାହରଣ, ଅମୂଣିହାଁପାଟଣା, କଲେଜଚ୍ଛକ ମାନଙ୍କରେ  ଦେଖିବାକୁ ମିଳିଛି,ଜନସାଧାରଣ ଶସ୍ତା ରେ ଏବଂ ମାନଯୁକ୍ତ ପନିଅର, ଦହି ଖାଇବା ପାଇଁ ବିଭିନ୍ନ ରେଷ୍ଟ୍ୟୁରାଣ୍ଟ ତଥା ବଜାର ମାନଙ୍କରେ ଛତୁ ଫୁଟିଲା ଭଳି ଖୋଲିଥିବା ପନିଅର ଦୋକାନ ରୁ ପନିଅର ଏବଂ ଦହି କିଣିଥାନ୍ତି, କିନ୍ତୁ ସେମାନେ ଜାଣି ପାରୁନାହାନ୍ତି ଜେ ସେ ଯାହାକୁ ଖାଉଛନ୍ତି ତାହା ମାରାତ୍ମକ ବୋଲି ସେହିପରି କଦଳୀ ଏବଂ ବିଭିନ୍ନ ଫଳ ମାନଙ୍କରେ ସ୍ପ୍ରେ ମାରି ଶୀଘ୍ର କଦଳୀ ବିକିବାର ଲୋଭ ଜନସାଧାରଣ ଙ୍କ ଜୀବନ କୁ ବିପଦ ମୁଖା କୁ ଠେଲି ଦେଉଛି, ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଲା ଭଳି ପ୍ରତ୍ୟୟମାନ ହେଉଛି, ବିଷାକ୍ତ ଖାଦ୍ୟ ଖୁଲମ ଖୁଲା ବିକ୍ରୟ କରାଯାଉଥିଲେ ମଧ୍ୟ ଏହି ଅସାଧୁ ଏବଂ ଅର୍ଥଲିପ୍ସ୍ୟୁ ବ୍ୟବସାୟୀ ଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଫଳରେ ଏହି ଅସାଧୁ ବ୍ୟବସାୟୀ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ବିଭିନ୍ନ ସଂସ୍ଥା ମାନଙ୍କ ଦ୍ୱାରା ଗୋ ଚାଷୀ ଙ୍କ ଠାରୁ ଦୁଗ୍ଧ କିଣି ବଡ଼ ବଡ଼ କମ୍ପାନୀ ମାନଙ୍କୁ ବିକ୍ରୀ କରାଯାଉଥିବା ବେଳେ ଜନସାଧାରଣ ଅପମିଶ୍ରିତ ପାରସ ପାଉଡର ଯୁକ୍ତ କ୍ଷୀର ଦହି, ପନିଅର, କଦଳୀ ଖାଇ ନାନାଦି ପେଟ ରୋଗର ଶିକାର ହେବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ, ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହି ଅର୍ଥଲିପ୍ସୁ ଖୋର ବିକାଳୀ ଏବଂ ରାସାୟନିକ ପଦାର୍ଥ ବିକ୍ରୀ କରୁଥିବା ଦୋକାନୀ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସାଧାରଣ ରେ ଦାବି ହୋଇଛି l

Nalco
Leave A Reply