Odisha news

ଶିକ୍ଷକ ଗୈାରବ ବନମାଳୀ ବ୍ରହ୍ମଚାରୀଙ୍କ ଶ୍ରାଦ୍ଧଦିବସ ପାଳିତ

0

କାକଟପୁର: କାକଟପୁର ବ୍ଲକ ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଂଚ ଓ ବର୍ତମାନ କର୍ତବ୍ୟରତ ଶିକ୍ଷକମାନେ ଶିକ୍ଷକ ଗୈାରବ ବନମାଳୀ ବ୍ରହ୍ମଚାରୀଙ୍କ ୩୧ତମ ଶ୍ରାଦ୍ଧ ଦିବସ ପାଳନ କରିବା ସହିତ ସ୍ୱର୍ଗତ ବନମାଳୀ ବ୍ରହ୍ମଚାରୀ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନର ଅଭିବୃଦ୍ଧି ପାଇଁ ଯେଉଁ ସଂଗ୍ରାମ କରିଥିଲେ ଆଜିର ଦିବସରେ ସେ ସମସ୍ତ କାର୍ଯ୍ୟର ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଅବସର ପ୍ରାପ୍ତ ସହ ଶିକ୍ଷାଅଧିକାରୀ କୈଳାଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଉପସ୍ଥିତ ଶିକ୍ଷକମାନେ ସ୍ୱର୍ଗତ ବ୍ରହ୍ମଚାରୀଙ୍କ ଗୁଣାବଳୀ ଓ ଶିକ୍ଷକ ସଂଗଠନ ପାଇଁ କରିଯାଇଥିବା କାର୍ଯ୍ୟାବଳୀ ଓ ତାଙ୍କର ଜୀବନାବଳୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭା ଆରମ୍ଭ ପୂର୍ବରୁ ର୍ସ୍ଗତ ବ୍ରହ୍ମଚାରୀଙ୍କ ଫଟୋରେ ସମସ୍ତେ ପୁଷ୍ପ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କୁ ମଂଚ ତରଫରୁ ଉପଢୈ÷ାକନ ଓ ପୁଷ୍ପଗୁଛ ଅର୍ପଣ କରା୍ାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶ୍ରାଦେ୍ଧାତ୍ସବରେ ଅବସରପ୍ରାପ୍ତ ତଥା ସଂଘର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ,ଅବସରପ୍ରାପ୍ତ ସହଶିକ୍ଷାଅଧିକାରୀ ସାଧୁଚରଣ ବିଶ୍ୱାଳ, ପ୍ରଧାନ ଶିକ୍ଷକ ସଦାଶିବ ସାହୁ,ଆଲୋକ କୁମାର ମିଶ୍ର ,ବିଭୁକଲ୍ୟାଣ ସାହୁ,ଚନ୍ଦ୍ରମଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।

Govt
Leave A Reply