Odisha news

ପ୍ରବାସୀ ଙ୍କୁ ଘରେ ସାତଦିନ ସଘରୋଧରେ ରହିବାକୁ ସପଥକରାଇଲେ ସରପଞ୍ଚ

0

ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ରାମତରା ସଘରୋଧ କେନ୍ଦ୍ର ରେ ୯୪ ଜଣ ପ୍ରବାସୀ ଙ୍କୁ ବିଦାୟବେଳେ ଆଜି ଜଗନ୍ନାଥ ଙ୍କ ଫଟୋତିତ୍ର ଆଗରେ ଘରେ ସାତଦିନ ସଘରୋଧରେ ରହିବାକୁ ସପଥପାଠ କରାଇଲେ ପଦ୍ମପୁର ସରପଞ୍ଚ କେଶବ ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବଟକୃଷ୍ନ ମହାନ୍ତି ।ଏହା ସହିତ ଓଡିଶାର ଗଣ ପର୍ବ ରଜ ଉପଲକ୍ଷେ ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି ସମସ୍ତ ପ୍ରବାସି ଙ୍କୁ କେଶବ ପାତ୍ର ଓ ତାଙ୍କ ପତ୍ନି ପୂର୍ବତନ ସରପଞ୍ଚ ସୂନିତା ସାହୁ l ପ୍ରବାସୀ ମାନେ ମଧ୍ୟ ସରପଞ୍ଚ ଓ ତାଙ୍କ ଟିମ କୁ ପ୍ରସଂସାରେ ପୋତି ପକାଇଛନ୍ତି ।

ଉପଢୌକନ ଫୁଲତୋଡା ସହିତ କେଶବ ଙ୍କ ଉତରତର କାମନା କରିଥିଲେ । ଦିର୍ଘ ୧୪ ଦିନ କାଳ ନିଜେ ଓ ପତ୍ନି ରୋଷେଇକରିବା ସହିତ ଖାଦ୍ୟ ପରସି ଦେଇଥିଲେ ପ୍ରବାସୀ ମାନଙ୍କୁ ଯାହାକି ଅନ୍ୟ ସଘରୋଧ କେନ୍ଦ୍ରରେ ଦେଖିବାକୁ ମିଳିନଥିଲା । ସଘରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ସୀତା ମିଶ୍ର ଙ୍କ ପାଦ ଧୂଳି କେଶବ ନେଲାବେଳେ ସୀତା ମିଶ୍ର ଙ୍କ ଆଖିରୁ ଦୁଇଠୋପା ଲୁହ ଖସିପଡିଥିଲା ।ଯାହାକି ଏକ ଭାବପୂର୍ନ ପରିବେଶ ଶୃଷ୍ଟି କରିଥିଲା । । ଏଭଳି ଭାବପୂର୍ନ ବିଦାୟ ବେଳେ ସମସ୍ତ ଆସା କର୍ମି ,ଅଙ୍ଗନବାଡି କର୍ମି , ଟିଏମସି ପରିଚାଳନା କମିଟିର ସଭ୍ୟ ଅରୁଣ ବେହେରା, ଅଶ୍ୱିମ ବେରା , ଶୁସାନ୍ତ ପାତ୍ର ,ପବନ ମାଇତି , ଆନନ୍ଦ ଜେନା ,ଶୁଶିଲ ଦାସ , ଶୁକୁମାର ଦାସ ,ଅଂଜଳୀ ଜେନା ,ଶିକ୍ଷୟିତ୍ରୀ ମିଲି ବିଶ୍ୱାଳ ,ଝୁନିରାଣି ବେହେରା,ଶିକ୍ଷକ ଶଙ୍କର୍ଶଣ ବିଜୁଳି ,ଝପଲ ହେମରମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply