ନୂଆଦିଲ୍ଲୀ : କଜାକିସ୍ତାନ ଦୁନିଆର ଗୋଟିଏ ଅଦ୍ଭୁତ ସ୍ଥାନ l ଆଜିର ସମୟରେ ଭାରତ ସହିତ ଅନେକ ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଉଛି l କିନ୍ତୁ କଜାକିସ୍ତାନ ଏପରି ଗୋଟିଏ ଦେଶ ଯେଉଁଠାରେ ୭ ଟି ରୁ ଅଧିକ ଛୁଆ ଜନ୍ମ କରିବା ଦ୍ୱାରା ସରକାର ସେହି ଅଭିଭାବକଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରିଥାନ୍ତି l ଏହି ତଥ୍ୟ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ ଅଟେ l କଜାକିସ୍ତାନରେ ଜନ୍ମ ଦର ବଢ଼ୁଥିବା ମହିଳା ମାନଙ୍କୁ ହିରୋ ମଦର୍ସ ମେଡାଲ ପ୍ରଦାନ କରାଯାଇଥାଏ l
ଏହି ମେଡାଲ ପାଇବାକୁ ହେଲେ ମହିଳା ମାନାଙ୍କ ଅତି କମରେ ୪ ଟି ସନ୍ତାନ ପ୍ରସବ କାରିବ ଆବଶ୍ୟକ l ସେଠାରେ ୭ଟିରୁ ଅଧିକ ସନ୍ତାନ ଜନ୍ମ ଦେଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସରକାରୀ ଭତା ମିଳିଥାଏ l କଜାକିସ୍ତାନ ଗୋଟିଏ ଥଣ୍ଡା ଦେଶ ହୋଇଥିବା କରାଣରୁ ଏଠାରେ ଜନସଂଖ୍ୟା କମ ହେବା ଗୋଟିଏ ଚିନ୍ତା ଜନଙ୍କ ବିଷୟ l ଏହାକୁ ଦେଖି ସରକାର ଗତ କିଛି ବର୍ଷ ହେଲାଣି ନିଜର ନାଗରିକ ମାନଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ ପ୍ରୋତ୍ସାହିତ କରୁଛନ୍ତି l ସେଥିପାଇଁ ସ୍ୱାମୀ ସ୍ତ୍ରୀଙ୍କୁ ଛୁଟି ସହିତ ଅନ୍ୟ ଲାଭ ମଧ୍ୟ ଉଠାଇବାର ସୁଯୋଗ ଦିଆଯାଉଛି l
ଯଦି କୌଣସି ମହିଳାଙ୍କର ୬ ଟି ଛୁଆ ଜନ୍ମ ହେଉଛି ତେବେ ତାଙ୍କୁ ରୌପ୍ୟ ପଦକ ଦିଅ ଯାଉଛି ଓ ୬ ଟିରୁ ଅଧିକ ଛୁଆ ଜନ୍ମ ହେଲେ ସ୍ୱର୍ଣ୍ଣ ପଦକର ହକଦାର ହେଉଛନ୍ତି l ଯେଉଁ ମହିଳାଙ୍କର ୭ଟିରୁ ଅଧିକ ଛୁଆ ଜନ୍ମ ହେଉଛନ୍ତି ତେବେ ସେହିଁ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ବିଶେଷ ଅନୁକମ୍ପା ରାଶି ଦିଆଯାଉଛି l ଯେଉଁ ମହିଳାଙ୍କର ୪ ଟିରୁ ଅଧିକ ଛୁଆ ହେଉଛି ସେମାନଙ୍କୁ ୧୫ ବର୍ଷ ପାଇଁ ସରକାରୀ ଭତା ମିଳୁଛି l ତା ସହିତ ସେଠାକାର ସରକାର ଗର୍ଭବତୀ ମହିଳା ମାନଙ୍କୁ ମଧ୍ୟଭା ଆର୍ଥିକ ସାହାୟତା ଦେଉଛନ୍ତି l
