Odisha news

ISI ଏଜେଣ୍ଟ ଓ  ଜ୍ୟୋତିଙ୍କ କୋଡ଼ ୱାର୍ଡ ର ବାହାରିଲା ଦମ

0

କୋଡ଼ ୱାର୍ଡ ରେ ISI ଏଜେଣ୍ଟ ଙ୍କ ସହିତ ଆଳାପ,କଣ ରହିଥିଲା କୋଡ଼ ୱାର୍ଡ ଓ ଦେଶ ବାସୀ ପଡ଼ିଥିଲେ ବିପଦ ରେ,ଯାହା ଖୋଲିଥିଲା ପାକିସ୍ତାନ ର ଗଦାରୀ ମୁଖା, ପଇସା ପାଇଁ ଦେଶ ଦ୍ରୋହୀ ସାଜିଲେ ଜ୍ୟୋତି ମାଲହୋତ୍ରା ଲୋଭ ସଜାଇଥିଲା ଶିକ୍ଷୟତ୍ରୀ ରୁ ଦେଶ ଦ୍ରୋହୀ l

ହରିୟାଣା ହିସାର ରୁ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ବା ଜ୍ୟୋତି ଗଦାର ଙ୍କର ଦିନକୁ ଦିନ ଖୋଲୁଛି ନୂଆ ଗୁମର, ଯାଞ୍ଚ ଏଜେନ୍ସି ସାମ୍ନା କୁ ପ୍ରତ୍ୟେକ ଦିନ ଆସୁଛି ନୂଆ ନୂଆ ତଥ୍ୟ , ପଇସା ପାଇଁ ଦେଶ ଦ୍ରୋହୀ ସାଜିଲେ ଜ୍ୟୋତି , କେଇଟା ପଇସା ପାଇଁ ନିଜ ମାତୃଭୂମି ସହିତ କଲେ ଗଦାରୀ l

ଯାଞ୍ଚ ଏଜେନ୍ସି ଦ୍ୱାରା ଖୁଲାସା ହୋଇଛି ଯେ ପାକିସ୍ତାନ ISI ଏଜେଣ୍ଟ ଅଲି ହସନ ଓ ମାଲହୋତ୍ରା ଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସ ଆପ ଚାଟ ର ହୋଇଛି ଖୁଲାସା l ସୂଚନା ମୁତାବକ ଉଭୟ ଲଗାତାର ଭାବରେ କୋଡ଼ ୱାର୍ଡ ରେ ଚାଟ କରି କଥା ହେଉଥିଲେ l ଏବଂ ଯେଉଁ ଚାଟ ରେ ଅନେକ ସନ୍ଦିଗ୍ଧ ଗତିବିଧି ର ଆଲୋଚନା ହୋଇଥିଲା l

ଏହି ଚାଟିଙ୍ଗ ରୁ ଜଣାପଡିଛି ଯେ ଅଲି ହାସନ,  ଜ୍ୟୋତି ଭାରତ – ପାକ ସୀମା ସ୍ଥିତ ଆର୍ଟାରୀ ବର୍ଡ଼ର ରେ ଯାତ୍ରା ସମୟ ରେ ସମ୍ବେଦନଶୀଳ ପ୍ରଶ୍ନ ପଚାରି ଥିଲେ, ଡାନିସ ପଚାରି ଥିଲା ଯେ ଆର୍ଟରୀ ବର୍ଡ଼ର ରେ କୌଣସି ଅଣ୍ଡର କଭର ଏଜେଣ୍ଟ ଙ୍କୁ ପ୍ରୋଟକଲ ଅନୁସାରେ ଭିତରକୁ ଆଣିବାର ବ୍ୟବସ୍ଥା ହୋଇଛି କି ? ଏବଂ ସେଠାରେ କେଉଁ ମାନଙ୍କୁ ପ୍ରୋଟକଲ ମିଳୁଛି ବୋଲି ଅଲି ପଚାରିଥିଲେ, ଏବଂ ଏହାର ଉତ୍ତରରେ ଜ୍ୟୋତି କହିଥିଲେ କାହାକୁ ମିଳିଥିବ କିନ୍ତୁ ମତେ ନୁହେଁ l

ଏହାପରେ ଅଲି ଚାଟ ରେ ଲେଖିଥିଲେ ଯଦି କାହାକୁ ପ୍ରୋଟକଲ ମିଳୁଛି ତେବେ ତାହାକୁ ଜାଣିବା ଜରୁରୀ ଥିଲା ଓ ସେମାନଙ୍କୁ ଗୁରୁଦ୍ୱାରା କିମ୍ବା ହୋଟେଲ ରୁମ କୁ ଆଣି ବସାଇ ଦେବାର ଥିଲା, ଏହାର ଉତ୍ତରରେ ଜ୍ୟୋତି ଲେଖିଥିଲେ କଣ ସେମାନେ ଏତେ ପାଗଳ ଥିଲେ l

ଅଲି ହାସନ ସେହି ବ୍ୟକ୍ତି ଯିଏକି ଜ୍ୟୋତିଂକ ସହିତ ପାକିସ୍ତାନ ରେ ବୁଲିବା ସମୟ ରେ ତାଙ୍କ ସହିତ ରହିଥିଲେ ଓ ଜ୍ୟୋତି ଙ୍କୁ ଉକ୍ତ ବ୍ୟକ୍ତି ପଞ୍ଚ ତାରକା ହୋଟେଲ ରେ ରହିବାର ବ୍ୟବସ୍ଥା କରାଇଥିଲେ, ଯାଞ୍ଚ ଏଜେନ୍ସି ସାମ୍ନାକୁ ଆସିଥିଲା ଯେ ଭିସା ପାଇଁ ଜ୍ୟୋତି ପାକିସ୍ତାନ ଦୂତାବାସ ଯାଇ ଦାନିଶ ସହିତ ସାକ୍ଷାତ କରିଥିଲେ, ଏବଂ ଦାନିଶ ତାଙ୍କୁ ୨୦୨୩ ରେ ପାକିସ୍ତାନ ଗସ୍ତ ସମୟ ରେ ଅଲି ହାସନ ଙ୍କ ସହିତ ସାକ୍ଷାତ କରାଇଥିଲେ l  ଏପରିକି ପାକିସ୍ତାନ ରେ ଜ୍ୟୋତି ଙ୍କୁ ପୋଲିସ ପ୍ରୋଟେକ୍ସନ ମଧ୍ୟ ମିଳିଥିଲା l ଅଲି ହାସନ ସେହି ବ୍ୟକ୍ତି ଯିଏକି ଜ୍ୟୋତି ଙ୍କୁ ISI ଅଧିକାରୀ ଙ୍କ ସହିତ ସାକ୍ଷାତ କରାଇଥିଲର l  ଏହି ସମୟ ରେ ଜ୍ୟୋତି ଙ୍କର ସାକ୍ଷାତ ସାକୀର ଓ ରାଣା ସହବାଜ ଙ୍କ ସହିତ ହୋଇଥିଲା l ଏବଂ ସେ ସାକୀର ନିକଟରୁ ଫୋନ ନମ୍ବର ଆଣି ଜଟ ରାନ୍ଧୱ ନାମରେ ସେଭ କରିଥିଲେ l

ଯେଉଁ ଜ୍ୟୋତି ଦିନେ ଗୋଟିଏ ସ୍କୁଲ ଶିକ୍ଷୟତ୍ରୀ  ଭାବରେ ନିଜର ଜୀବନ ଯାତ୍ରା ଆରମ୍ଭ କରିଥିଲେ ସେ ଆଜି ଜଣେ ଦେଶ ଦ୍ରୋହୀ , ପିଲା ଦିନରୁ ଦୁଃଖରେ ଓ କଷ୍ଟରେ ଜୀବନ ଅତିବାହିତ କରିଥିବା ଜ୍ୟୋତି ପଇସା ଲୋଭରେ ସାଜିଲେ ଦେଶ ଦ୍ରୋହୀ l

Leave A Reply