Odisha news

ଜଷ୍ଟ ଡାଏଲ ପକ୍ଷରୁ ଦାଏର ଡାଟା ଚୋରୀ ମାମଲାରେ ନାଇସଲୋକଲ୍‍ ଡଟ୍‍ ଆଇଏନ୍‍କୁ ବ୍ଲକ୍‍ କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

0

ଜଷ୍ଟ ଡାଏଲ ଲିମିଟେଡ ପକ୍ଷରୁ ଦାଏର ଡାଟା ଓ ମୂଳ ଉତ୍ସ କୋଡ୍‍ ଚୋରୀ ମାମଲାରେ ୱେବ୍‍ସାଇଟ www.nicelocal.in (ଲୋକାଲ ସର୍ଚ୍ଚ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ପରିଚାଳିତ) କୁ ବ୍ଲକ୍‍ କରିଦିଆଯାଇଛି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ପ୍ରତିଭା ଏମ.ସିଂହ ୱେବ୍‍ସାଇଟ www.nicelocal.in କୁ ବ୍ଲକ୍‍ କରିବା ଏବଂ ଏହାର ସମସ୍ତ ସେବା ସ୍ଥଗିତ ରଖିବାକୁ ଇଲେକ୍‍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ (ଡିଓଟି)କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଡୋମେନ ନାମ ପଞ୍ଜିକରଣ ବିରୋଧରେ ମଧ୍ୟ କଟକଣା ଆଦେଶ ଦିଆଯାଇ ଡୋମେନ୍‍ ନାମ ହସ୍ତାନ୍ତର ନକରିବାକୁ କୁହାଯାଇଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନକୁ ମଞ୍ଜୁର କରିବା ସମୟରେ ୱେବ୍‍ସାଇଟ www.nicelocal.in କୌଣସି ସାମଗ୍ରୀ ଅଥବା ସେବାର ବିଜ୍ଞାପନ ପ୍ରସାରଣରୁ ନିବୃତ୍ତ ରହିବାକୁ କହିବା ସହିତ ଡାଟା ସଂରକ୍ଷିତ ରଖିବା ଏବଂ ତାହାସହିତ କୌଣସି ଗ୍ରାହକଙ୍କ ନିକଟରୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ପ୍ରାପ୍ୟ ସମ୍ପର୍କରେ ଏକ ସତ୍ୟପାଠ ଜରିଆରେ ଘୋଷଣାନାମା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନାଇସ୍ଲୋକାଲ ଡଟ୍‍ ଆଇଏନ୍‍ ଏବଂ ଏହାର ଡାଇରେକ୍ଟରମାନଙ୍କ ବିରୋଧରେ ପଞ୍ଜିକୃତ ଏତଲା ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନଏଡା ପୋଲିସ ନିକଟରୁ ରିପୋର୍ଟ ତଲବ କରିଛନ୍ତି |

ଏଥିରୁ ପ୍ରତୀୟମାନ ହେଉଛି ଯେ ନାଇସ୍‍ଲୋକାଲ ଡଟ୍‍ ଆଇଏନ୍‍ର ଦୁଇଜଣ ଅଂଶୀଦାର ରହିଛନ୍ତି, ଜଣେ ସାଇପ୍ରସ୍‍ରେ ଏବଂ ଅନ୍ୟଜଣେ ରୁଷିଆରେ ରହୁଛନ୍ତି । ଏହାର ମଧ୍ୟ ଜଣେ ଡାଇରେକ୍ଟର ଦିଲ୍ଲୀରେ ରହୁଛନ୍ତି । ନାଇସ୍‍ଲୋକାଲ ଡଟ୍‍ ଆଇଏନ୍‍ ଜଷ୍ଟ ଡାଏଲ୍‍ର ଡାଟାବେସ୍‍ରୁ  ତଥ୍ୟ ଚୋରୀକରି ଏକ ଜାଲିଆତି ୱେବ୍‍ସାଇଟ ପରିଚାଳନା କରୁଛି ।

 ଏଥିସହିତ ଏହା ଇନଭଏସ୍‍ ପ୍ରଦାନ ନକରି ଅଟୋ ଡେବିଟ୍‍ ସମେତ ଅନ୍ୟାନ୍ୟ ପାୟରେ ମଧ୍ୟ ଦେୟ ସଂଗ୍ରହ କରୁଛି ଏଥିଯୋଗୁଁ ହୁଏତ ଅନେକ ନିରୀହ ଲୋକ ନାଇସ୍ଲୋକାଲ ଡଟ୍‍ ଆଇଏନ୍‍ ଦ୍ୱାରା କେଇର ଶିକାର ହୋଇଥାଇପାରନ୍ତି ସେଥିପାଇଁ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଉକ୍ତ ୱେବ୍ସାଇଟ ବିରୋଧରେ କଟକଣା ଆଦେଶ ଦିଆଯାଇଛି 

Leave A Reply